ଭାରସାମ୍ୟ ହରାଇ ମନ୍ଦିରରେ ପସିଗଲା ଟ୍ରକ, ଡ୍ରାଇଭର ଗୁରୁତର

Published By : Prameya-News7 Bureau | October 17, 2024 IST

ବଲାଙ୍ଗୀର ୧୭ ।୧୦ : ବଲାଙ୍ଗୀର ସହର ଜାତୀୟ ରାଜପଥରେ ଦୁର୍ଘଟଣା । ରାସ୍ତାକଡ଼ ମନ୍ଦିରରେ ପସିଗଲା ଟ୍ରକ । ଯେଉଁଥିରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ବଲାଙ୍ଗୀର ସହର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଭାରସାମ୍ୟ ହରାଇ ଟ୍ରକଟି ରାସ୍ତାକଡ଼ରେ ଥିବା ଶନିମନ୍ଦିର ପସିଯାଇଛି । ଯାହାଫଳରେ ଟ୍ରକ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ମନ୍ଦିର ପୂଜକ । ସେପଟେ ଦୁର୍ଘଟଣାରେ ଘଟଣାସ୍ଥଳରୁ ସ୍ଥାନୀୟ ଲୋକ ଓ ପୋଲିସ ପହଞ୍ଚି ଟ୍ରକ ଗେଟ୍‌ ଭାଙ୍ଗି ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି । ଏହାସହ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.