ଲତିକାଙ୍କ ଅଭିଯୋଗକୁ ଭିତ୍ତିହୀନ କହିଲେ ରଞ୍ଜିତା, ‘ ଦଳର କଥା ଦଳ ଭିତରେ ରଖିବା, ନିଜ ବ୍ୟକ୍ତିଗତ ମନ୍ତବ୍ୟ ନିଜ ପାଖରେ ରଖିବା’

Published By : Prameya-News7 Bureau | October 16, 2024 IST

ଭୁବନେଶ୍ବର ୧୬।୧୦: ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କ ଅଭିଯୋଗର ଜବାବ ରଖିଛନ୍ତି ଆସିକାର ବିଜେଡିର ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ । ରଞ୍ଜିତା କହିଛନ୍ତି, ଲତିକାଙ୍କ ଅଭିଯୋଗ ଭିତ୍ତିହୀନ । ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କର ମତ ରଖିବାର ଅଧିକାର ଅଛି । ତେଣୁ ସେ ତାଙ୍କର ମତ ଦେଇଛନ୍ତି । ଦଳର କଥା ଦଳ ଭିତରେ ରଖିବା । ନିଜର ବ୍ୟକ୍ତିଗତ ମନ୍ତବ୍ୟ ନିଜ ପାଖରେ ରଖିବା । ଘୁରି ବୁଲୁଥିବା ଭିଡିଓର ସତ୍ୟତାକୁ ନେଇ କହିଲେ ଏହା ଭିତ୍ତିହୀନ ।

ଆସିକାରେ ବିଜେଡିକୁ ହରାଇବାକୁ ବିଜେପି ସହ ହାତ ମିଳାଇଥିଲେ ବିଜେଡି ସାଂସଦ ପ୍ରାର୍ଥୀ । ଏଭଳି ବିସ୍ଫୋରକ ବୟାନ ଦେଇଥିଲେ କବିସୂର୍ଯ୍ୟନଗରର ପୂର୍ବତନ ବିଧାୟକ ଲତିକା ପ୍ରଧାନ । ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ନାଁରେ ସଙ୍ଗୀନ ଆରୋପ ଆଣିଲେ ଲତିକା । ତାଙ୍କ ପାଇଁ ବିଜେଡି ଆସିକା ଲୋକସଭା ସହ ଅନେକ ବିଧାନସଭା କ୍ଷେତ୍ରରେ ହାରିଲା ବୋଲି ଲତିକା କହିଥିଲେ । ହିଞ୍ଜିଳିରେ ଭୋଟ୍ କମିବା ସହ କବିସୂର୍ଯ୍ୟନଗରରେ ବି ଦଳ ତାଙ୍କ ପାଇଁ ହାରିଲା । ଦଳରେ ଥାଇ ବିଭୀଷଣ କାମ କରିଥିଲେ ଆସିକା ସାଂସଦ ପ୍ରାର୍ଥୀ । ଏ ନେଇ ଭିଡିଓ ଏବଂ ଫଟୋ ବି ଘୁରି ବୁଲୁଛି । ନିର୍ବାଚନ ସମୟରେ ଓ ନିର୍ବାଚନ ପରେ ସାଲିସ କରି କାମ କରିଥିଲେ । ବିଜେଡି ସୁପ୍ରିମୋଙ୍କୁ ଏ ବାବଦରେ ଅବଗତ କରାଇଛି ବୋଲି ଲତିକା ପ୍ରଧାନ କହିଥିଲେ ।

You Can Read:

କାର୍ତ୍ତିକ ମାସ ପାଇଁ ପ୍ରଶାସନର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ଵାର ଏବଂ ପଶ୍ଚିମ ଦ୍ଵାରରେ ପ୍ରବେଶ ଅନୁମତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.