ପର୍ଯ୍ୟଟନସ୍ଥଳୀରୁ ସିରିଜ୍ ଚୋରି, ଜଣେ ନାବାଳକ ସମେତ ୪ ଗିରଫ

Published By : Prameya-News7 Bureau | October 16, 2024 IST

କୋରାପୁଟ ୧୬।୧୦: ପର୍ଯ୍ୟଟନସ୍ଥଳୀ ପୁଞ୍ଜିସିଲରୁ ସିରିଜ ଚୋରି ଘଟଣାରେ କୋରାପୁଟ ସଦର ପୋଲିସ ପକ୍ଷରୁ ୪ ଚୋର ଗିରଫ । ଏ ନେଇ କୋରାପୁଟ ଅତିରିକ୍ତ ଏସପି ଶ୍ରୀକାନ୍ତ ବେହେରା ସୂଚନା ଦେଇଛନ୍ତି । ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଗହଳି ଲାଗିଛି ଆଉ ସକ୍ରିୟ ହୋଇଛନ୍ତି ଲୁଟେରା । ପର୍ଯ୍ୟଟନସ୍ଥଳୀ ପୁଞ୍ଜିସିଲରେ ଗାଡ଼ି କାଚ ଭାଙ୍ଗି ଲୁଟ୍ ଘଟଣାରେ ଫିଲ୍ମ ଷ୍ଟାଇଲରେ ନିଜେ ପର୍ଯ୍ୟଟକ ହୋଇ ପହଞ୍ଚିଥିଲେ ପୋଲିସ ଟିମ୍ । କୋରାପୁଟ ସଦର ଥାନା ଆଇଆଇସି ରୁନୁ ମାଝୀଙ୍କ ନେତୃତ୍ଵରେ ଟିମ୍ ପୁଞ୍ଜିସିଲରେ ପର୍ଯ୍ୟଟକ ହୋଇ ଗାଡ଼ି ଧରି ପହଞ୍ଚିଥିଲେ । ଲୁଟେରା ମାନେ ପୋଲିସକୁ ଜାଣି ନପାରି ଗାଡ଼ି କାଞ୍ଚ ଭାଙ୍ଗୁଥିବା ସମୟରେ ଜଣେ ନାବାଳକ ସମେତ ୩ ଯୁବକକୁ ଗିରଫ କରିବା ସହ ଚୋରି ସାମଗ୍ରୀ କିଣିଥିବା ଯୁବକକୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ଯୁବକଙ୍କ ଠାରୁ ତିନି ହଜାର ୫୦୦ ଟଙ୍କା, ଦୁଇଟି ମୋବାଇଲ ସହ ଗୋଟିଏ ଟାବଲେଟ୍ ଜବତ କରିଛି ସଦର ପୋଲିସ । ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯିବା ବୋଲି ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି ।

You Can Read:

ଗ୍ରାମବାସୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ୫ ଆହତ, ନୟାଗଡ ମେଡିକାଲରେ ଭର୍ତ୍ତି

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.