ତାଜା ହେଲା ପିଲାଦିନର ସ୍ମୃତି, ମଧୁମାୟା ଫାଉଣ୍ଡସେନ ପକ୍ଷରୁ କୁଆଁର ପୂନେଇଁ ଜହ୍ନ ଲୋ କାର୍ଯ୍ୟକ୍ରମ

Published By : Prameya-News7 Bureau | October 16, 2024 IST

ବ୍ରହ୍ମପୁର16/10 : ମନେ ପଡୁଛି ପିଲା ଦିନର ସ୍ମୃତି।  ସତରେ ସେ ଦିନର କଥା ନିଆରା। କୁଆଁର ପୂନେଇଁର 10 ଦିନପୂର୍ବରୁ ଗାଁରେ ଆରମ୍ଭ ହୋଇଯାଏ ମଉଜ। ଝିଅମାନେ ମେଳ ହୋଇ କୁଆଁର ପୂନେଇଁ ଗୀତ ହେଉ କି ବିଭିନ୍ନ ପ୍ରକାରର ଖେଳ ଖେଳୁଥିବା ଦେଖିବାକୁ ମିଳେ । ଜହ୍ନି ଓଷାର ବି ରହିଛି ଖାସ୍ ମହତ୍ତ୍ୱ। ସେତେବେଳେ ଏସବୁ ପୂଜାର ମଜାକୁ କରୁଥିଲା ଦ୍ୱିଗୁଣିତଏବେ କିନ୍ତୁ  ସେ ସବୁ ବିଲୁପ୍ତ ହେବାକୁ ବସିଲାଣି। ଲୁପ୍ତ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ମଧୁମାୟା ଫାଉଣ୍ଡସେନ ପକ୍ଷରୁ କୁଆଁର ପୂନେଇଁ ଜହ୍ନ ଲୋ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରାଯାଇଛି। 

 ବିଭିନ୍ନ କଳାର ନିଖୁଣ ନିର୍ଦଶନ ଦେଲେ କଳାକାର।  ବିଶିଷ୍ଟ ଲୋକ କଳାକାର ଶରତ ମହାପାତ୍ର ଶଙ୍ଖନାଦ ପରିବେଶଣ କରିଥିବା ବେଳେ ଶ୍ୟାମ ସୁନ୍ଦର ପାଣିଗ୍ରାହୀ ଲକ୍ଷ୍ମୀ ବନ୍ଦନା ଗାନ କରିଥିଲେ। କୁଆଁରୀ ଝିଅଙ୍କ ଜହ୍ନି ଓଷା ସାଙ୍ଗକୁ କୁଆଁରୀ ପୂହ୍ନେଇ ଜହ୍ନ ଲୋ ଗୀତରେ ଉପସ୍ଥିତ ଦର୍ଶକ ବେଶ୍ ବିମୋହିତ ହୋଇଥିଲେ। ସତେ ଯେମିତି ପିଲା ଦିନର ସ୍ମୃତି ତାଜା ହୋଇଥିବା କହିଛନ୍ତି ଦର୍ଶକ। ଏଭଳି କାର୍ଯ୍ୟକ୍ରମ ଓଡ଼ିଆ କଳା, ସଂସ୍କୃତିକୁ ଉଜ୍ଜୀବିତ କରିଥିବା ଅନୁଭବ ହେଉଥିବା କହିଛନ୍ତି ବୁଦ୍ଧିଜିବୀ। ଅନ୍ୟପଟେ 'କୁଆଁର ପୂନେଇଁ ଜହ୍ନ ଲୋ' କାର୍ଯ୍ୟକ୍ରମକୁ ନେଇ ଏବେ ସମସ୍ତେ ବେଶ୍ ଆଶାବାଦୀ। ଯାହା ବିଲୁପ୍ତ ଓଡ଼ିଆ କଳା, ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ସହାୟକ ହୋଇ ପାରିବ ବୋଲି କୁହାଯାଉଛି। 

Also Read-  ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତର କାର୍ଯ୍ୟସୂଚୀ ବଦଳିଲା, ୨୩ରେ ରାଇରଙ୍ଗପୁର ଓ ୨୪ରେ ଆସିବେ ବାଙ୍ଗିରିପୋଷି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.