ପୁଣି ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ଆମେରିକା

Published By : Prameya-News7 Bureau | March 30, 2025 IST

internet

ନୂଆଦିଲ୍ଲୀ: ପୁଣି ଭୟଙ୍କର ଭୂମିକମ୍ପ। ୭.୧ ତୀବ୍ର ଝଟ୍‌କାରେ ଥରିଲା ପୃଥିବୀ। ରବିବାର ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ଟୋଙ୍ଗା ନିକଟରେ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଦ୍ୱିପ ଦେଶରେ ସୁନାମୀ ଚେତାବନୀ ଜାରି କରାଯାଇଛି। ୧୦ କିଲୋମିଟର ଗଭୀରରେ ଏହି ଭୂମିକମ୍ପ କେନ୍ଦ୍ରିଭୂତ ହୋଇଥିବା ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ସଂସ୍ଥା ସୂଚନା ଦେଇଛି।

ପାଙ୍ଗାଇ ଗାଁରୁ ୯୦ କିଲୋମିଟର (୫୬ ମାଇଲ) ଦକ୍ଷିଣ-ପୂର୍ବରେ ଏହି ଅଗଭୀର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ପାଇଁ ନିୟୁଏ ଦ୍ୱୀପ ରାଷ୍ଟ୍ରକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।

ନିୟୁ ଏବଂ ଟୋଙ୍ଗାର କିଛି ଉପକୂଳରେ ଜୁଆର ସ୍ତରଠାରୁ ୦.୩ ରୁ ୧ ମିଟର ଉଚ୍ଚ ସୁନାମୀ ତରଙ୍ଗ ଉଠିପାରେ ବୋଲି ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ସତର୍କ ସୂଚନା ଜାରି କରିଛି। ସେହିପରି ବିପଦପୂର୍ଣ୍ଣ ସୁନାମି ଲହରୀ ଭୂମିକମ୍ପର କେନ୍ଦ୍ରସ୍ଥଳରୁ ୩୦୦ କିଲୋମିଟର ମଧ୍ୟରେ ଉପକୂଳକୁ ପ୍ରଭାବିତ କରିପାରେ ବୋଲି ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପଢନ୍ତୁ- ଭୂମିକମ୍ପ ବିନାଶରେ ଅଟକିଲା ମିଆଁମାର ଗୃହଯୁଦ୍ଧ, ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ହତିଆର ଛାଡିଲେ ବିଦ୍ରୋହୀ

ଟୋଙ୍ଗା ଜାତୀୟ ବିପର୍ଯ୍ୟୟ ଏଜେନ୍ସି ଉପକୂଳବର୍ତ୍ତି ଏରିଆରେ ରହୁଥିବା ଲୋକମାନଙ୍କୁ ସେଠାରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଛି। ନିମ୍ନ ଉପକୂଳ ଅଞ୍ଚଳରେ ରହୁଥିବା ଲୋକମାନେ ଦୟାକରି ଉଚ୍ଚ ଭୂମିକୁ କିମ୍ବା ଅନ୍ୟ ସ୍ଥାନକୁ ଚାଲିଯାଆନ୍ତୁ ବୋଲି ଟୋଙ୍ଗା ଜାତୀୟ ବିପର୍ଯ୍ୟୟ ବିପଦ ପରିଚାଳନା କାର୍ଯ୍ୟାଳୟ ଫେସବୁକରେ ଲେଖିଛି।

ଏହି ଅଞ୍ଚଳରେ ଲଗାତରେ ଭୂକମ୍ପ ଜନିତ ଘଟଣା ଜାରି ରହିଛି। ଯାହା ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଜାରି ରହିଥିବା ଭୂତାତ୍ତ୍ୱିକ ଅସ୍ଥିରତାକୁ ଦର୍ଶାଉଛି। ଟୋଙ୍ଗାରେ ଭୂମିକମ୍ପ ହେବା ଏକ ସାଧାରଣ କଥା। ଏହା ଏକ ନିମ୍ନାଞ୍ଚଳ ଦ୍ୱୀପପୁଞ୍ଜର ଦେଶ, ଯେଉଁଠି ପ୍ରାୟ ୧୦୦,୦୦୦ ଲୋକ ରହୁଛନ୍ତି। ଏହା ଏବଂ ଭୂକମ୍ପୀୟ ଅଗ୍ନି ବଳୟ(ସେସ୍‌ମିକ ରିଙ୍ଗ ଅଫ୍ ଫାୟାର) ମଧ୍ୟରେ ଅବସ୍ଥିତ। ଏଠାରେ ଦକ୍ଷିଣପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅବବାହିକାରେ ବିସ୍ତୃତ ଥିବା ଏକ ତୀବ୍ର ଟେକ୍ଟୋନିକ ଗତିବିଧିର ଏକ ଚାପ ସୃଷ୍ଟି ହେଉଛି।

ଟୋଙ୍ଗା ହେଉଛି ପଲିନେସିଆର ଏକ ଦେଶ, ଯାହା ୧୭୧ଟି ଦ୍ୱୀପପୁଞ୍ଜକୁ ନେଇ ଗଠିତ। ଏହାର ଜନସଂଖ୍ୟା ୧୦୦,୦୦୦ ରୁ ସାମାନ୍ୟ ଅଧିକ। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଟୋଙ୍ଗାଟାପୁ ମୁଖ୍ୟ ଦ୍ୱୀପରେ ବାସ କରନ୍ତି। ଏହା ଅଷ୍ଟ୍ରେଲିଆର ପୂର୍ବ ଉପକୂଳରୁ ୩,୫୦୦ କିଲୋମିଟର (୨,୦୦୦ ମାଇଲ) ରୁ ଅଧିକ ଦୂରରେ ଅବସ୍ଥିତ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.