ତୁଷାର ମେହେତାଙ୍କ କାର୍ଯ୍ୟକାଳ ବଢ଼ାଇଲେ କେନ୍ଦ୍ର ସରକାର, ଆଉ ୩ ବର୍ଷ ପାଇଁ ପୁନଃ ନିଯୁକ୍ତି

Published By : Prameya-News7 Bureau | June 30, 2023 IST

ନୂଆଦିଲ୍ଲୀ: ସଲିସିଟର ଜେନେରାଲ ତୁଷାର ମେହେତାଙ୍କ କାର୍ଯ୍ୟକାଳ ବଢ଼ାଇଲେ କେନ୍ଦ୍ର ସରକାର। ଶୁକ୍ରବାର (ଜୁନ୍ ୩୦) କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି। କ୍ୟାବିନେଟର ନିଯୁକ୍ତି କମିଟି ତୁଷାର ମେହେତାଙ୍କୁ ସଲିସିଟର ଜେନେରାଲ୍ ଭାବରେ ପୁନଃ ନିଯୁକ୍ତିକୁ ଅନୁମୋଦନ କରିଛି। ଫଳରେ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ତୁଷାର ଏହି ପଦବୀରେ କାମ କରିବେ।

ସୂଚନା ଥାଉକି, ଅକ୍ଟୋବର ୨୦୧୮ରେ କେନ୍ଦ୍ର ସରକାର ତତ୍କାଳୀନ ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ ସଲିସିଟର ଜେନେରାଲ ଭାବରେ ନିଯୁକ୍ତି ଦେଇଥିଲେ। ପୁଣି ୨୦୨୦ରେ ଜୁନ ମାସରେ, କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳ ବଢ଼ାଇ ତାଙ୍କୁ ୧ ଜୁଲାଇ ୨୦୨୦ ଠାରୁ ପରବର୍ତ୍ତି ୩ ବର୍ଷ ପାଇଁ  ତିନି ବର୍ଷ ପର୍ଯ୍ୟନ୍ତ ସଲିସିଟର ଜେନେରାଲ୍ ଭାବରେ ନିଯୁକ୍ତ କରିଥିଲା। ସେହି ଅନୁସାରେ ଜୁଲାଇ ୩ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ହେଲେ କେନ୍ଦ୍ର ସରକାର ପୁଣିଥରେ ତାଙ୍କ କାର୍ଯ୍ୟାକାଳ ବୃଦ୍ଧି କରିଛନ୍ତି।

ପଢ଼ନ୍ତୁ-ୟୁସିସିକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧ, କହିଲେ-ଏହା ବିଜେପିର ନିର୍ବାଚନୀ ଏଜେଣ୍ଡା

ଅନ୍ୟପଟେ ଅତିରିକ୍ତ ସଲିସିଟର ଜେନେରାଲ ଭାବରେ ବିକ୍ରମଜିତ ବାନାର୍ଜୀ, କେ.ଏମ ନଟରାଜ, ବଲବୀର ସିଂ, ଏସ.ଭି ରାଜୁ, ଏନ ଭେଙ୍କଟରମଣଓ ଐଶ୍ୱର୍ଯ୍ୟା ଭାଟିଙ୍କୁ ପୁନଃ ନିଯୁକ୍ତ କରାଯାଇଛି ବୋଲି କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି। ସେହିପରି ଅତିରିକ୍ତ ସଲିସିଟର ଜେନେରାଲ୍ ଭାବରେ ମାଧବୀ ଡିୱାନ୍, ସଞ୍ଜୟ ଜୈନ ଏବଂ ଜୟନ୍ତ କେ ସୁଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି।

{"width":837,"height":502}

ତୁଷାର ମେହେତାଙ୍କ ସମ୍ପର୍କରେ

ଗୁଜୁରାଟ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିବା ତୁଷାର ମେହେଟ୍ଟା କର୍ଣ୍ଣାଟକ ରାଜ୍ୟ ଆଇନ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ପାଇଛନ୍ତି। ୧୯୮୭ରେ ଆଡଭୋକେଟ୍ ଭାବରେ ତୁଷାର ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଏବଂ ୨୦୦୭ ମସିହାରେ ୪୨ ବର୍ଷ ବୟସରେ ଗୁଜୁରାଟ ହାଇକୋର୍ଟ  ପକ୍ଷରୁ ତାଙ୍କୁ ବରିଷ୍ଠ ଓକିଲ ଭାବରେ ଚୟନ କରାଯାଥିଲା।

୨୦୦୮ରେ ସେ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ ହୋଇଥିଲେ। ତୁଷାର ମେହେଟ୍ଟା ୨୦୧୪ରେ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ଭାବରେ ନିଯୁକ୍ତ ହୋଇଥିଲେ। ଏହା ପରେ ୨୯୧୮ ରେ ତାଙ୍କୁ ଭାରତର ସଲିସିଟର ଜେନେରାଲ ଭାବରେ ନିଯୁକ୍ତ କରାଯାଇଥିଲା।

ପଢ଼ନ୍ତୁ-କେନ୍ଦ୍ର ଅର୍ଡିନାନ୍ସ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଆମ୍ ଆଦ୍‌ମୀ ପାର୍ଟି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.