ବୈପାରୀଗୁଡା ୨।୧୧: ଅନ୍ଧ ବିଶ୍ୱାସର କରୁଣ ପରିଣତି l ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି l କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ବୋଦାପୁଟ ପଞ୍ଚାୟତ ନୂଆଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି l ମୃତକ ହେଲେ ନୂଆଗୁଡାର ଭୀମ ନାୟକ । ତାଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡିଛି l ତେବେ ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ l ଅଭିଯୁକ୍ତ ମାନେ ହେଲେ ନୂଆଗୁଡା ଗାଁର ୨୧ ବର୍ଷ ବୟସ୍କ ବଳଦେବ ମୁଣ୍ଡାଗୁଡ଼ିଆ, ଅନ୍ୟ ଜଣେ ୨୨ ବର୍ଷ ବୟସ୍କ ଭଗବାନ ଗଦବା l ଉଭୟଙ୍କୁ ପୋଲିସ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିବା ବେଳେ ସବୁ ସତ ମାନିଛନ୍ତି ଉଭୟ ଅଭିଯୁକ୍ତ l
ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ଭୀମ ନାୟକ ଗୁଣିଗାରେଡି କରିବା ଦ୍ୱାରା ଗାଁରେ କ୍ଷତି ହେଉଥିଲା l ସେ ବର୍ଷେ ମଧ୍ୟରେ ୩ ଜଣଙ୍କ ଜୀବନ ନେଇଯାଇଥିଲା । ଗାଁରେ ସବୁବେଳେ ଗାଈଗୋରୁ ମରିଯାଉଥିଲେ । ଅଧିକାଂଶ ସମୟରେ ଗାଁ ଲୋକ ଅସୁସ୍ଥ ରହୁଥିଲେ l ଏଥିପାଇଁ ଭୀମ ନାୟକକୁ ସନ୍ଦେହ କରି ଜୀବନରୁ ମାରିବା ପାଇଁ ଯୋଜନା କରିଥିଲେ l ଭୀମ ନାୟକ ଗେନ୍ଦରଗୁଡା ଠାରେ ପୂଜା କାର୍ଯ୍ୟ ସାରି ରାତିରେ ନିଜ ଗାଁ ନୂଆଗୁଡାକୁ ଚାଲି ଚାଲି ଫେରୁଥିଲେ । ସେହି ସମୟରେ ନୂଆଗୁଡା ରାସ୍ତାରେ ପ୍ରଥମେ ଉଭୟ ଭୀମ ମୁଣ୍ଡକୁ ପଥରରେ ଛେଚିଲେ, ପରେ କୁରାଢ଼ୀରେ ହାଣିଲେ l ତା ପରେ ପାହାଡ଼ ଉପରକୁ ନେଇ ମୁଣ୍ଡ-ଗଣ୍ଡି ଅଲଗା କରି ମାଟି ତଳେ ପୋତି ଦେଇଥିଲେ ବୋଲି ଜଣାପଡ଼ିଛି ।
You Can Read:
ଯୁବତୀଙ୍କ ଉପରେ ଚଢିଗଲା ମୋ ବସ୍, ଘଟଣାସ୍ଥଳରେ ଉତ୍ତେଜନା,ପୋଲିସ ଫୋର୍ସ ମୁତୟନ