ବଙ୍ଗୀୟ ପର୍ଯ୍ୟଟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ୫ ଗୁରୁତର ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | December 25, 2023 IST

ନୀଳଗିରି ୨୫।୧୨: ବଡ଼ ଦିନରେ ବୁଲିବାକୁ ଆସି ବଙ୍ଗୀୟ ପର୍ଯ୍ୟଟକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଉଦଳା ରାସ୍ତା ଗରଡ଼ିହି ଛକ ନିକଟରେ ଦୁଇ କାର୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ବଙ୍ଗୀୟ ପର୍ଯ୍ୟଟକ ଗାଡ଼ିରେ ୪ ଜଣ ପଞ୍ଚଲିଙ୍ଗେଶ୍ୱର ବୁଲିସାରିବା ପରେ ମୟୁରଭଞ୍ଜ ଜିଲ୍ଲାର ଦେବକୁଣ୍ଡ ବୁଲିବାକୁ ଯାଉଥିବା ବେଳେ ବୀପରିତ ପଟୁ ଆସୁଥିବା ଏକ କାର୍ ଗରଡ଼ିହି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାରେ ମୋଟ୍ ୫ ଗୁରୁତର ହୋଇଥିବା ବେଳେ ନୀଳଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ବାଲେଶ୍ଵର ସ୍ଥାନାନ୍ତର ହୋଇଛନ୍ତି । ତେବେ ଏହି ରାସ୍ତାର ଅବସ୍ଥା ଅତ୍ୟଧିକ ଖରାପ ହୋଇଥିବା ବେଳେ ୧୫ ଦିନ ଭିତରେ ଦୁଇଟି ଜୀବନ ଦୁର୍ଘଟଣାରେ ଗଲାଣି । ହେଲେ ନା ପ୍ରଶାସନ ରାସ୍ତା କାମ କରୁଛି ନା ଦୁର୍ଘଟଣା ରୋକାଯାଇ ପାରୁଛି ।

You Can Read :

wp:embed {"url":"https://www.prameyanews7.com/miscreants-stabbed-hotel-owner-in-chandrasekharpur-of-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/miscreants-stabbed-hotel-owner-in-chandrasekharpur-of-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.