ଅକ୍ଷୟ ତୃତୀୟାରେ ସୁନା ରୂପା କିଣିବାକୁ ମିଳିବ ଦୁଇଦିନ ସମୟ, ନୋଟ୍ କରି ରଖନ୍ତୁ ଟାଇମ

Published By : Prameya-News7 Bureau | April 29, 2025 IST

ନୂଆଦିଲ୍ଲୀ ୨୯।୪: ବର୍ଷରେ ଏପରି କେତେକ ତିଥି ଆସିଥାଏ ଯେଉଁଥିରେ ‘ଅବୁଝା’ ମୁହୂର୍ତ୍ତ ଥାଏ। ଏହା ହେଉଛି ସେହି ତିଥି ଯେଉଁଥିରେ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ମୁହୂର୍ତ୍ତ ଦେଖିବାର ଆବଶ୍ୟକତା ପଡିନଥାଏ। ଏହିପରି ଏକ ତିଥି ହେଉଛି ଅକ୍ଷୟ ତୃତୀୟା। ଚଳିତବର୍ଷ ଅକ୍ଷୟ ତୃତୀୟ ୩୦ ଏପ୍ରିଲ ବୁଧବାର ପାଳିତ ହେବ। ତେବେ ସବୁଠୁ ଯାହା ଖାସ କଥା ତାହା ହେଉଛି ଏ ବର୍ଷ କିଣାକିଣି ଲାଗି ମୁହୂର୍ତ୍ତ ଦୁଇ ଦିନ ରହିବ। ୨୯ ଓ ୩୦ ଏପ୍ରିଲ ଦୁଇ ଦିନ ସୁନା ଓ ରୂପା ଗହଣା କିଣିବା ପାଇଁ ଉତ୍ତମ ସମୟ। 

ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ ୨୯ ଏପ୍ରିଲ ଅପରାହ୍ନ ୫ଟା ୩୧ ମିନିଟରୁ ଆରମ୍ଭ ହୋଇ ୩୦ ଏପ୍ରିଲ ମଧ୍ୟାହ୍ନ ୨ଟା ୧୨ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହି ସମୟରେ ସୁନା ରୂପା ଆଭୂଷଣ ସମେତ ସବୁପ୍ରକାରର ଶୁଭ ଜିନିଷ କିଣିବା ପାଇଁ ଶୁଭ ରହିବ। ଅକ୍ଷୟ ତୃତୀୟାର ଶୁଭ ଅବସରରେ ସୁନା ଓ ରୂପା ଆଭୂଷଣ ବ୍ୟତୀତ କଂସା, ପିତଳ ବାସନକୁସନ, ନୂଆ ବାହନ, ଜମି, ଘର, ହଳଦିଆ ସୋରିଷ, ମାଟି ମାଠିଆ ଆଦି ଜିନିଷ କିଣିବା ମଧ୍ୟ ଶୁଭ ମନେ କରାଯାଏ। 

ଏହି ଦିନ ଅଟା, ଚାଉଳ, କାକୁଡି, ତିଳ, ଡାଲି, ଗୁଡ, ଚଣା, ଘିଅ ଓ ଲୁଣ ଆଦି ଦାନ କରିବା ଦ୍ୱାରା ମଧ୍ୟ ଅକ୍ଷୟପୁଣ୍ୟ ପ୍ରାପ୍ତି ହୁଏ। ଅକ୍ଷୟ ତୃତୀୟାରେ ସୁନା ଗହଣା କିଣିବାର ଶୁଭ ମହୂର୍ତ୍ତ ୨୯ ଏପ୍ରିଲ ୨୦୨୫ ସନ୍ଧ୍ୟା ୫ଟା ୩୧ ମିନିଟରୁ ଆରମ୍ଭ ହୋଇ ୩୦ ଏପ୍ରିଲ ମଧ୍ୟାହ୍ନ ୨ଟା ୧୨ ମିନିଟ୍ ପର୍ଯ୍ୟନ୍ତ ରହିବ। ୨୯ଏପ୍ରିଲ ୨୦୨୫ର ଶୁଭ ଚୌଘଡିଆ ମୁହୂର୍ତ୍ତ ରାତି ୮ଟା ୧୬ ମିନିଟରୁ ଆରମ୍ଭ ହୋଇ ୯ଟା ୩୭ ମିନିଟ୍ ପର୍ଯ୍ୟନ୍ତ ରହିବ। ପୁଣି ରାତି ୧୦ଟା ୫୭ ମିନିଟରୁ ଆରମ୍ଭ ହୋଇ ଭୋର ୩ଟା ପର୍ଯ୍ୟନ୍ତ ରହିବ। ସେହିପରି ଏପ୍ରିଲ ୩୦ ତାରିଖର ଶୁଭ ଚୌଘଡିଆ ମୁହୂର୍ତ୍ତ ଭୋର ୫ଟା ୪୧ ମିନିଟ୍ ରୁ ଆରମ୍ଭ ହୋଇ ୯ଟା ବେଳ ପର୍ଯ୍ୟନ୍ତ ରହିବ। ଏହା ପରେ ୧୦ଟା ୩୯ ମିନିଟରୁ ଆରମ୍ଭ ହୋଇ ୧୨ଟା ୧୮ ମିନିଟ୍ ପର୍ଯ୍ୟନ୍ତ ରହିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.