କଣ୍ଟାବାଞ୍ଜି ୩୦।୦୩ : ଘର ଭିତରେ ପଡିଛି ପ୍ରେମୀ ଯୁଗଳଙ୍କ ମୃତଦେହ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମୁରିବାହାଲ ଥାନା ସିମେଲପାଲି ଗାଁର ଏକ ଘରେ ଭିତରେ ପଡିରହିଛି ଦୁଇ ଜଣଙ୍କ ମୃତଦେହ । ଘଟଣାସ୍ଥଳରେ କଣ୍ଟାବାଞ୍ଜି ଏସଡିପିଓ, ମୁରିବାହାଲ ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି । ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ।
ଖବର ଅନୁଯାୟୀ, ରବିବାର ଦିନ ସିମେଲପାଲି ଗାଁରେ ଥିବା ଏକ ଘର ଭିତରେ ଦୁଇ ଜଣଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ମୁରିବାହାଲ ଥାନା ପୋଲିସକୁ ଖବର ଦେଇଥିଲେ । ମୁରିବାହାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ମୃତକ ଦୁଇ ଜଣେ ପ୍ରେମୀ ଯୁଗଳ ବୋଲି ସୂଚନା ରହିଛି । ହେଲେ ଏବେ ଯାଏଁ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ । ପୋଲିସର ପ୍ରାଥମିକ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।