ସହର ଭିତରେ ଖଣ୍ଡା ବୁଲାଇବା ଘଟଣା, ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ

Published By : Prameya-News7 Bureau | March 17, 2025 IST

ବ୍ରହ୍ମପୁର ୧୭।୦୩ : ବ୍ରହ୍ମପୁର ସହର ଗେଟ୍‌ ବଜାର ରାଧାକୃଷ୍ଣ ସାହିରେ ଖଣ୍ଡା ବୁଲାଇବା ଘଟଣା । ଦୁଇ ଜଣଙ୍କୁ ଅଟକ ରଖିବା ସହ ଖଣ୍ଡାକୁ ଜବତ କରିଛି ପୋଲିସ । କେଉଁ କାରଣ ନେଇ ସହର ଭିତରେ ଏପରି ଖଣ୍ଡା ବୁଲାଇଥିଲେ, ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । 

ଗତ ୧୫ ତାରିଖରେ ଲାଞ୍ଜିପଲ୍ଲୀ ଅଞ୍ଚଳରେ ଜଣେ ଯୁବକଙ୍କୁ ଦିନ ଦ୍ୱିପହରରେ ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ଯାହାକି ପୋଲିସକୁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଆଉ ଏବେ ସର୍ବସାଧାରଣ ସ୍ଥାନରେ ଜଣେ ଯୁବକ ଖଣ୍ଡା ବୁଲାଇଥିଲେ । ଯାହାକୁ ଦେଖି ପୁରା ଅଞ୍ଚଳବାସୀ ଭୟଭୀତ ହୋଇଥିଲେ । ଖଣ୍ଡା ବୁଲାଇବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବର୍ତ୍ତମାନ ଖଣ୍ଡା ବୁଲାଇଥିବା ଦୁଇ ଜଣ ଯୁବକଙ୍କ ଅଟକ ରଖିଥିବା ବେଳେ ବୁଲାଇଥିବା ଖଣ୍ଡାକୁ ମଧ୍ୟ ଜବତ କରିଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.