ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସିଲା ଦୁଇ ଜିରାଫ, ରହିବେ ନନ୍ଦନକାନନରେ

Published By : Prameya-News7 Bureau | September 01, 2024 IST

ଜଳେଶ୍ବର ୧।୯: ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସିଲା ଦୁଇଟି ଜିରାଫ । ପଶ୍ଚିମବଙ୍ଗର ଆଲିପୁର ଚିଡିଆଖାନାରୁ ଏକ ଟ୍ରେଲରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ଜିରାଫ ଦୁଇଟିକୁ ଅଣାଯାଉଥିବା ଦେଖିବାକୁ ମିଳିଛି ।

ରବିବାର ପୂର୍ବାହ୍ନ ସମୟରେ ଓଡ଼ିଶା ପଶ୍ଚିମବଙ୍ଗ ସୀମା ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ଜିରାଫକୁ ନେଇ ଆସୁଥିବା ଟ୍ରେଲରଟି ପହଞ୍ଚିଥିଲା । ଜିରାଫ ସହ ଡାକ୍ତରୀ ଟିମ୍ ଓ ବନ ବିଭାଗ ଟିମ୍ ରହିଛନ୍ତି । ଜଳେଶ୍ଵର ଏସ୍‌ଡିପିଓ ଦିଲୀପ ସାହୁ ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ଏଥିରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଜିରାଫ ଆସିଛନ୍ତି । ଯାହାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯିବ ବୋଲି ଜଣାପଡିଛି ।

You Can Read:

ଦୁର୍ନୀତିଗ୍ରସ୍ତ ଅଧିକାରୀ ଅବସର ନେଇଥିଲେ ବି ହେବ କଡା କାର୍ଯ୍ଯାନୁଷ୍ଠାନ : ରାଜସ୍ବ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.