ଟ୍ୟୁସନ ସାରି ଫେରୁଥିବା ବେଳେ ଟ୍ରାକ୍ଟର ସହ ଧକ୍କା ହେଲା ବାଇକ୍, ଦୁଇ ଛାତ୍ରଙ୍କ ମୃତ୍ୟୁ

Published By : Prameya-News7 Bureau | July 26, 2024 IST

ନିମାପଡା ୨୬।୭: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଅରେଇସାହି ଗାଁ ନିକଟରେ ଦୁର୍ଘଟଣା । ଗଡଚାନ୍ଦପୁର ଗ୍ରାମର ତୁଷାରକାନ୍ତି ପରିଡ଼ା ଦୁଇ ପୁତୁରାଙ୍କୁ ଖଣ୍ଡାୟତ ପାଟଣା ଗ୍ରାମରୁ ବାଇକରେ ବସାଇ ଘରକୁ ଫେରୁଥିଲେ । ସେହି ସମୟରେ ଅରେଇସାହି ଗାଁ ମୁଣ୍ଡରେ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇ ପୁତୁରାଙ୍କର ମୃତ୍ୟୁ ଘଟିଛି । 

ସୂଚନାଯୋଗ୍ୟ ଯେ, ସବୁଦିନ ଭଳି ଗୁରୁବାର ଦିନ ଅପରାହ୍ନରେ ଟ୍ୟୁସନକୁ ଗଡଚାନ୍ଦପୁର ଗ୍ରାମର କ୍ରୀଷ୍ଣା ଓ ଆଦିତ୍ୟ ଟ୍ୟୁସନ ଯାଇଥିଲେ । କିନ୍ତୁ ବିଧିର ବିଧାନ ବିଚିତ୍ର, ଅରେଇସାହି ଗାଁ ନିକଟରେ ଛକି ବସିଥିଲା ଯମ । ଟ୍ରାକ୍ଟର ସହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରାକ୍ଟର ଚକ ତଳକୁ ଦୁଇ ପିଲା ପଳାଇ ଯାଇଥିଲେ । ଗଁ ଲୋକ ଘଟଣାସ୍ଥଳକୁ ଆସି ଦେଖନ୍ତି ଉକ୍ତ ଜାଗାରେ ଜଣକର ମୃତ୍ୟୁ ଘଟିଥିଲା । ଦୁଇ ଛାତ୍ରକୁ ଉଦ୍ଧାର କରି ୧୦୮ ଯୋଗେ ସାକ୍ଷୀଗୋପାଳ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଉକ୍ତ ସ୍ଥାନରେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ଖବର ପାଇ ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ଟ୍ରାକ୍ଟରକୁ  ଜବତ କରି ଥାନାକୁ ନେଇଥିଲେ। ଉକ୍ତ ଦୁଇ ଛାତ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ହସ୍ପିଟାଲକୁ ବଳଙ୍ଗା ପୋଲିସ ପଠାଇଥିଲେ ।

You Can Read:

ରାଜ୍ୟରେ ୨୫ ଲକ୍ଷ ଭୂତ ରାସନ କାର୍ଡ ହିତାଧିକାରୀ ରହିଛନ୍ତି, ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସିଷ୍ଟମ ଆପଣେଇଛନ୍ତି ସରକାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.