ମର୍ମନ୍ତୁଦ ଦୁର୍ଘଟଣା, ହାଇଓ୍ୱା ଧକ୍କାରେ ଚାଲିଗଲା ଦୁଇ କିନ୍ନରଙ୍କ ଜୀବନ

Published By : Prameya-News7 Bureau | August 27, 2023 IST

ରାଉରକେଲା ୨୭।୦୮ : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ରାଜାମୁଣ୍ଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଚାଲିଗଲା ଦୁଇ କିନ୍ନରଙ୍କ ଜୀବନ । ବାକି ଆ ଦୁଇ କିନ୍ନର ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ରବିବାର ସକାଳ ପ୍ରାୟ ୯.୩୦ ସମୟରେ ଗୋଟିଏ ସ୍କୁଟିରେ ଚାରି ଜଣ କିନ୍ନର ଏକାଠି ଯାଉଥିଲା । ଏହି ସମୟରେ ହଠାତ୍‌ ପଛ ପଟୁ ଏକ ହାଇୱ। ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଦୁଇ କିନ୍ନରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ କିନ୍ନର ଆହତ ହୋଇଥିଲା । ଯାହାପରେ ତୁରନ୍ତ ଉଭୟ ଆହତଙ୍କୁ ଲହୁଣୀପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି ।

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ବାକି ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ବୁଝିଛନ୍ତି । ଏହାବ୍ୟତୀତ ଦୁର୍ଘଟଣା ଘଟାଇଥିବା ହାଇୱ।କୁ ଜବତ କରି ତଦନ୍ତ ଜାରି ରଖିଛି ଲହୁଣିପଡ଼ା ଥାନା ପୋଲିସ ।

wp:embed {"url":"https://www.prameyanews7.com/indian-tv-show-the-sword-of-tipu-sultan-is-world-s-most-dangerous-film-ever-made-62-deaths-on-set-sanjay-khan/","type":"wp-embed","providerNameSlug":"prameya-news-7"}
https://www.prameyanews7.com/indian-tv-show-the-sword-of-tipu-sultan-is-world-s-most-dangerous-film-ever-made-62-deaths-on-set-sanjay-khan/
/wp:embed


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.