ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ପରିବହନ ବିଭାଗ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି । ଚଣ୍ଡିଖୋଲ RTOଙ୍କ ଅଧ୍ୟକ୍ଷତାରେ ଏହାକୁ ଅନୁଷ୍ଠାନିକ ଭାବେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ନବ କୃଷ୍ଣ ଜେନା ଉଦଘାଟନ କରିଥିଲେ।
ପରିବହନ ବିଭାଗର ଡେପୁଟି କମିଶନର, ବଡ଼ଚଣା ଥାନା ଅଧିକାରୀ, ଟ୍ରାଫିକ ଥାନା ଅଧିକାରୀଙ୍କ ସହ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଓ ବହୁ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସଡ଼କ ସୁରକ୍ଷା ନେଇ ଏକ ସଚେତନତା ନାଟକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହା ସହ ସଡ଼କ ସୁରକ୍ଷା ସଚେତନତା ଏକ ବାଇକ ରାଲି ଅନୁଷ୍ଠିତ ହୋଇଥିଲା। ଯେଉଁଭଳି ଭାବେ ସଡ଼କ ଦୁର୍ଘଟଣା ହାର ବଢ଼ି ଚାଲିଛି ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ ଏଥିରେ ଯୋଗ ଦେଇଥିବା ଅତିଥି ।