ରାସ୍ତାକଡ ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ପୋଲିସ ଗାଡ଼ି, ଦୁଇ ଆହତ

Published By : Prameya-News7 Bureau | September 13, 2024 IST

କଟକ ୧୩।୯: ରାସ୍ତା କଡ ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ପୋଲିସ ଗାଡ଼ି । କଟକ ବିଜୁ ପଟ୍ଟନାୟକ ଛକ ନିକଟରେ ଦୁର୍ଘଟଣା ଘଟାଇଛି କଟକ ଜିଲ୍ଲା ପୋଲିସର ଏକ ପୋଲିସ ଗାଡ଼ି । ପୋଲିସ ଗାଡ଼ିଟି ବିଜୁ ପଟ୍ଟନାୟକ ଛକରୁ ଷ୍ଟାଡିୟମ୍ ଯିବା ରାସ୍ତାରେ ଘଟାଇଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି । ଏହି ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀ ଓ ଅନ୍ୟ ଜଣେ ରାସ୍ତା କଡ଼ର ବ୍ୟବସାୟୀ ଆହତ ହୋଇଛନ୍ତି । ଖବର ପାଇ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି କଟକ ଜିଲ୍ଲା ପୋଲିସ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସ ଗାଡ଼ିର ବ୍ରେକ୍ ଫେଲ୍ ଯୋଗୁ ଏଭଳି ହୋଇଥିବା ସଫେଇ ଦେଇଛି କମିଶନରେଟ୍ ପୋଲିସ ।

You Can Read:

ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ସାଂସଦ ଭର୍ତ୍ତୃହରିଙ୍କ ବଡ ବୟାନ, କହିଲେ- ଏବେର ନୁହେଁ ୧୯୭୭ ମସିହାରୁ କରିଆସୁଛି ଦାବି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.