କଟକ ୨୩।୧୧: କଟକ ବାଲିଯାତ୍ରା ତଳ ପଡ଼ିଆରେ ଅଘଟଣ । ଷଣ୍ଢ ଆକ୍ରମଣରେ ଦୁଇ ଜଣ ଯୁବତୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଶନିବାର କଟକ ବାଲିଯାତ୍ରାର ଶେଷ ଦିନ ରହିଛି । ଶେଷ ଦିନରେ ଯାତ୍ରା ପଡ଼ିଆରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଏହି ଭିଡ଼ ଭିତରେ ଏକ ଅଘଟଣ ଦେଖିବାକୁ ମିଳିଛି । ବାଲିଯାତ୍ରା ତଳ ପଡ଼ିଆରେ ଅଘଟଣ ଘଟିଛି । ଭାରତ ମସଲା ଷ୍ଟଲ୍ ନିକଟରେ ଦୁଇଟି ଷଣ୍ଢ ମଧ୍ୟରେ ଲଢେଇ ଚାଲିଥିଲା । ହଠାତ୍ ଦୁଇଟି ଷଣ୍ଢ ସେଠାରେ ଉପସ୍ଥିତ ଥିବା ଯୁବତୀ ମାନଙ୍କୁ ଆକ୍ରମଣ କରିଥିଲେ । ଷଣ୍ଢ ଆକ୍ରମଣ ଫଳରେ ଦୁଇ ଯୁବତୀ ଆହତ ହୋଇଛନ୍ତି । ଆହତଙ୍କୁ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲ ପଠାଇଛନ୍ତି । ଆହତ ମାନେ ଭୁବନେଶ୍ୱରର ସୁଭଦ୍ରା ସାହୁ ଓ କଟକର ଅନ୍ନପୂର୍ଣ୍ଣା ସାହୁ ବୋଲି ଜଣାପଡିଛି ।
ପୂର୍ବରୁ ବାଲିଯାତ୍ରାର ତୃତୀୟ ଦିନରେ ଏକ ବଡ଼ ଅଘଟଣ ଘଟିଥିଲା । ବିଦ୍ୟୁତ ଆଘାତରେ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ଯାତ୍ରା ପଡ଼ିଆ ସମ୍ମୁଖ ରିଂ ବନ୍ଧର ଦୁଇ ରାସ୍ତା ମଝିରେ ଥିବା ବାଡ଼ରେ ସଜାଯାଇଥିବା ଲିଚୁ ଲାଇଟ୍ ତାର ସଂସ୍ପର୍ଶରେ ଆସି ବିଶ୍ୱପ୍ରକାଶଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା।
ତେବେ ପ୍ରଶାସନର ବେପରୁଆ ନୀତି ପାଇଁ ଜଣେ ନିରୀହ ଛାତ୍ରଙ୍କର ଅକାଳରେ ଜୀବନ ଯାଇଥିବା ଲୋକେ ଅଭିଯୋଗ କରିଥିଲେ ।
You Can Read:
ଚନ୍ଦକା ସ୍ଥାନାନ୍ତର ହେଲା ୩ ମାସର ହାତୀ ଛୁଆ ‘ଜଗୁ’, ମଣିଷ ଛୁଇଁ ଦେବାରୁ ମା’ କିମ୍ବା ହାତୀ ପଲ କରିନଥିଲେ ଗ୍ରହଣ