ନୂଆଦିଲ୍ଲୀ ୧୫/୨: ଭାରତ ବିଶ୍ବର ସୌର ମହାଶକ୍ତି । ମିଳିତ ଜାତିସଂଘର ଜଳବାୟୁ ମୁଖ୍ୟ ସାଇମନ ଷ୍ଟିଲ ଭାରତକୁ ବିଶ୍ବର ସୌର ମହାଶକ୍ତି ବୋଲି ସ୍ବୀକାର କରିବା ସହ ଏକ ଉଚ୍ଚାକାଂକ୍ଷୀ ଜଳବାୟୁ ଯୋଜନା ବିକଶିତ କରିବାକୁ ଭାରତକୁ ଅନୁରୋଧ କରିଛନ୍ତି । ବିଶ୍ବ ସ୍ବଚ୍ଛ ଶକ୍ତି କ୍ଷେତ୍ରରେ ଉନ୍ନତିର ଫାଇଦା ଉଠାଇଲେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ତ୍ବରାନ୍ବିତ ହେବ ।
ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତର ପ୍ରୟାସକୁ ପ୍ରଶଂସା କରି କହିଛନ୍ତି କିଛି ଦେଶର ସରକାର କେବଳ କଥା କୁହନ୍ତି । କିନ୍ତୁ ଭାରତ କାମରେ କରି ଦେଖାଏ । ୧୦୦ ଗିଗାୱାଟରୁ ଅଧିକ ସୌର ଶକ୍ତି ସ୍ଥାପନ କରିଥିବା ୪ଟି ଦେଶ ମଧ୍ୟରୁ ଭାରତ ଏକ ସୌର ମହାଶକ୍ତି । ୨୦୧୮ ସୁଦ୍ଧା ଦେଶର ବିଭିନ୍ନ ଗାଁରେ ବିଜୁଳି ପହଞ୍ଚିବାର ବ୍ୟବସ୍ଥା ବଢିବାରେ ଲାଗିଛି ।
ଷ୍ଟିଲ ଆହୁରି କହିଛନ୍ତି ଏବେ ପରବର୍ତ୍ତୀ ପଦକ୍ଷେପ ନେବା ସମୟ ଆସିଯାଇଛି । ଭାରତ ମଦ୍ୟ ଏଦିଗରେ ଦ୍ରୁତ ଭାବରେ ଆଗକୁ ବଢୁଛି । କିନ୍ତୁ ବିଶ୍ବ ସ୍ବଚ୍ଛ ଶକ୍ତି ବୃଦ୍ଧିକୁ ଆହୁରି ଦୃଢତାର ସହ ଗ୍ରହଣ କଲେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ବୃଦ୍ଧି ପାଇବ । ସେ ଆହୁରି କହିଛନ୍ତି ଭାରତ ପାଖରେ ଏମିତି କିଛି ଶକ୍ତି ଅଛି ଯାହା ବହୁ କମ୍ ଦେଶ ପାଖରେ ଅଛି ।