ମଣିଷଙ୍କର ହେବ କମ୍‌ ସନ୍ତାନ, ବିମାନ ଯାତ୍ରାରେ ଲାଗିବ ଝଟକା,  ଜଳବାୟୁ ପରିବର୍ତ୍ତନର ହେବ ପାର୍ଶ୍ୱ ପ୍ରତିକ୍ରିୟା

Published By : Prameya-News7 Bureau | August 14, 2023 IST

ନୂଆଦିଲ୍ଲୀ ୧୪।୦୮: ଦିନକୁ ଦିନ ବଦଳୁଛି ପରିବେଶ । ଚିନ୍ତା ବଢାଉଛି ଜଳବାୟୁ ପରିବର୍ତ୍ତନ । ସାରା ବିଶ୍ବ ପାଇଁ ଜଳବାୟୁ ପରିବର୍ତ୍ତନର ପାର୍ଶ୍ୱ ପ୍ରତିକ୍ରିୟା ଆଣିବାକୁ ଯାଉଛି ସାଂଘାତିକ ସ୍ଥିତି । ମଣିଷଠାରୁ ଜୀବଜଗତ ଏଥିରେ ବେଶ୍ ପ୍ରଭାବିତ ହେଉଛି ଏବଂ ଭବିଷ୍ୟତରେ ଏହା ବେଶ୍ ଘାତକ ସାବ୍ୟସ୍ତ ହୋଇପାରେ । ରିସର୍ଚ୍ଚସ୍‌ ଏନେଇ ଚେତାଇ ସାରିଲେଣି । ତାଙ୍କ ମତରେ ଜୀବଜଗତ ଉପରେ ଏପରି ପ୍ରଭାବ ପଡିବ ଯେ କଳ୍ପନା କରିବା ଅସମ୍ଭବ ।

{"id":830812,"width":840,"height":556,"sizeSlug":"full","linkDestination":"none"}

ବିଶେଷଜ୍ଞଙ୍କ ଅନୁଯାୟୀ ଦିନକୁ ଦିନ ଯେପରି ତାତି ବଢୁଛି ସେପରି ଅନେକ ପ୍ରଜାତିର ବେଙ୍ଗ ଛୋଟ ହେବାକୁ ଲାଗୁଛନ୍ତି । ପୁଏର୍ଟୋ ରିକୋରେ ନର କୋକୁଡି ବେଙ୍ଗ ଅର୍ଥାତ୍ କୋକି ବେଙ୍ଗଗୁଡ଼ିକ ଛୋଟ ହେବାକୁ ଲାଗୁଛନ୍ତି । ପୂର୍ବରୁ ଏମାନେ ପାହାଡ ଉପରେ ରହୁଥିଲେ । କିନ୍ତୁ ବର୍ତ୍ତମାନ ଏମାନଙ୍କ ଆକାର ଛୋଟ ହେବା କାରଣରୁ ପାହାଡ ତଳ ଅଞ୍ଚଳରେ ରହୁଛନ୍ତି । ଏପରି ପରିବର୍ତ୍ତନ ବିଗତ ଦୁଇ ଦଶଦ୍ଧିରୁ ଆରମ୍ଭ ହୋଇଛି । 

{"id":830814,"sizeSlug":"full","linkDestination":"none"}

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏୟାର ଷ୍ଟ୍ରିମ୍‌ ବଦଳୁଛି । ଅର୍ଥାତ୍ ବାୟୁମଣ୍ଡଳରେ ସୃଷ୍ଟି ହେଉଛି ତରଙ୍ଗ । ଏକ ଅଧ୍ୟୟନ ଅନୁଯାୟୀ, ୧୯୭୯ରୁ ୨୦୨୦ପର୍ଯ୍ୟନ୍ତ ଲଗାତାର ଏୟାର ଟର୍ବୁଲେନଂସ୍‌ ବଢୁଛି । ୧୯୭୯ରେ ଏହା ଘଣ୍ଟା ପ୍ରତି ୧୭.୭ ରହିଥିବା ବେଳେ  ୨୦୨୦ରେ ଏହା ୨୭.୪କୁ ବୃଦ୍ଧି ପାଇଛି । ଅର୍ଥାତ୍ ଆଗକୁ ବିମାନରେ ଯିବା ବେଳେ ଅଧିକ ଝଟକା ଲାଗିବ ।

{"id":830815,"sizeSlug":"full","linkDestination":"none"}

୨୦୧୦ସୁଦ୍ଧା ଲୋକମାନଙ୍କ ବାର୍ଷିକ ନିଦରୁ ୪୪ ଘଣ୍ଟା କମ୍‌ ଶୋଉଥିଲେ । କିନ୍ତୁ ଏହି ଶତାବ୍ଦୀର ଶେଷ ଆଡକୁ ଅର୍ଥାତ୍ ୨୧୦୦ ମସିହା ବେଳକୁ ଏହା ୫୮ ଘଣ୍ଟାକୁ ବୃଦ୍ଧି ପାଇବ ।  ଏହାର ମୁଖ୍ୟ କାରଣ ହେଉଛି ଅଧିକ କାର୍ବନ ନିର୍ଗମନ ହେବା ।  ଯେଉଁଥି ପାଇଁ ଦିନକୁ ଦିନ ବୃଦ୍ଧି ପାଉଛି ଉତ୍ତାପ  ।

{"id":830821,"sizeSlug":"full","linkDestination":"none"}

ଗରମ ବଢିବାରୁ ମଣିଷ ଅଧିକ ହିଂସାତ୍ମକ ଅପରାଧ କରିଥାଏ। କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଗ୍ରୀଷ୍ମ ଦିନରେ କୁକୁର କାମୁଡ଼ିବା ଘଟଣା ବୃଦ୍ଧି ପାଇଛି । ଆମେରିକାର ଆଠଟି ସହରରେ କୁକୁର କାମୁଡ଼ିବାର ପ୍ରାୟ ୭୦ ହଜାର ଘଟଣା ସାମ୍ନାକୁ ଆସିଥିଲା । ଅର୍ଥାତ୍ ଜଳବାୟୁ ପରିବର୍ତ୍ତନ ଯୋଗୁଁ କୁକୁର କାମୁଡ଼ିବା ଘଟଣାରେ ୧୧ ପ୍ରତିଶତ ବୃଦ୍ଧି ପାଇଛି ।  

{"id":830816,"width":840,"height":470,"sizeSlug":"full","linkDestination":"none"}

ଏହାବ୍ୟତୀତ ସମଗ୍ର ବିଶ୍ୱରେ ବଜ୍ରପାତର ଧାରା ବଦଳିଯିବ । ଏହି କାରଣରୁ ଜଙ୍ଗଲରେ ଅଧିକ ନିଆଁ ଲାଗିବ। ସ୍ୱର୍ଗୀୟ ବଜ୍ରପାତ ହେତୁ ଜଙ୍ଗଲରେ ନିଆଁରେ ୪୦ ପ୍ରତିଶତ ବୃଦ୍ଧି ଘଟିପାରେ । କାରଣ ଯଦି ତାପମାତ୍ରା ୧.୮ ଡିଗ୍ରୀ ସେଲସିୟସ ବୃଦ୍ଧି ହୁଏ, ତେବେ ୧୦ ପ୍ରତିଶତ ଅଧିକ ବଜ୍ରପାତ ହେବ । ଜଳବାୟୁ ପରିବର୍ତ୍ତନର ଏହା ଏକ ବଡ ପ୍ରଭାବ ହେବ ।

{"id":830817,"sizeSlug":"full","linkDestination":"none"}

ଉତ୍ତାପ ବୃଦ୍ଧି ହେତୁ ମନ୍ୟୁଷ୍ୟ ସନ୍ତାନର ଜନ୍ମ ହାର ହ୍ରାସ ପାଇବ ।  ଯଦି ତାପମାତ୍ରା ୨୬.୭ ଡିଗ୍ରୀ ସେଲସିୟସରୁ ଅଧିକ ରହିଥାଏ । ତେବେ ପିଲାମାନଙ୍କ ଜନ୍ମରେ ୦.୪ ପ୍ରତିଶତ ହ୍ରାସ ଆସିବ ।  ଏହା ମଣିଷର ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ । ସେଥିରେ ମଧ୍ୟ ହ୍ରାସ ଘଟିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ  ଶୁକ୍ରାଣୁର ଗତି ମଧ୍ୟ କମିଯାଇଥାଏ ।  

{"id":830818,"sizeSlug":"full","linkDestination":"none"}

ଅଷ୍ଟ୍ରେଲିଆରେ ସେଣ୍ଟ୍ରାଲ ବିଅରଡେଡ୍‌ ଡ୍ରାଗନ୍ ନାମକ ଏକ ଝିଟିପିଟି ନିଜର ଲିଙ୍ଗ ପରିବର୍ତ୍ତନ କରୁଛି । ଅଣ୍ଡାର ବିକାଶ ପାଇଁ ସଠିକ୍ ତାପମାତ୍ରା ଆବଶ୍ୟକ । ଉଚ୍ଚ ତାପମାତ୍ରା ଯୋଗୁଁ ଅଣ୍ଡାରୁ କେବଳ ମାଇ ଝିଟିପିଟି ବାହାରିବେ ।

{"id":830819,"sizeSlug":"full","linkDestination":"none"}

ତାପମାତ୍ରା ବୃଦ୍ଧି ହେତୁ ଆଗ୍ନେୟଗିରି ଉଦ୍ଗୀରଣ ଘଟଣା ବୃଦ୍ଧି ପାଇବ । ଯେତେ ଅଧିକ ମାତ୍ରାରେ ବରଫ ତରଳିବ, ସେତେ ଅଧିକ ଉତ୍ତାପ ବୃଦ୍ଧି ପାଇବ । ବରଫ ତରଳିବା ହେତୁ ଆଗ୍ନେୟଗିରି ଭିତରେ ଫୋଟକା ସୃଷ୍ଟି ହୋଇଥାଏ । ଯାହା ବିସ୍ଫୋରଣ ଘଟାଇବାରେ ବେଶ୍ ସହାୟକ ହୋଇଥାଏ ।   

{"id":830820,"width":843,"height":474,"sizeSlug":"full","linkDestination":"none"}

ଜଳବାୟୁ ପରିବର୍ତ୍ତନ ଜୀବଜଗତ ଉପରେ ବେଶୀ ପ୍ରଭାବ ପକାଇବ । ଇଟାଲୀ ଆଲପ୍ସ ପାହାଡରେ ରହୁଥିବା ଛେଳିଗୁଡିକ ମଧ୍ୟ ଛୋଟ ହେବାକୁ ଲାଗୁଛନ୍ତି । ୧୯୭୦ରୁ ୨୦୧୦ ପର୍ଯ୍ୟନ୍ତ ଏହି ଛେଳିମାନଙ୍କର ଯାଞ୍ଚ କରାଯାଇଥିଲା । ଏଥିରୁ ଜଣାଗଲା ଯେ ତାପମାତ୍ରା ବୃଦ୍ଧି ହେତୁ ଆଲପ୍ସର ଓଜନ ୨୫ ପ୍ରତିଶତ ହ୍ରାସ ପାଇଛି। ଏହି ଛେଳିର ବିଶେଷତ୍ବ ହେଉଛି ଗ୍ରୀଷ୍ମ ଋତୁରେ ଅଧିକ ବିଶ୍ରାମ ନେଇଥାଏ ଏବଂ କୌଣସି ଖାଦ୍ୟ ଖାଏ ନାହିଁ । ଯଦି ଆଜିକା ସମୟରେ ଆମେ ସଚେତନ ନହେବା ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ସତର୍କ ନହେବା, ତେବେ ସ୍ଥିତି ଆହୁରି ଭୟଙ୍କର ହୋଇପାରେ ।

You Can Read:

wp:embed {"url":"https://www.prameyanews7.com/there-is-a-dangerous-connection-between-your-dog-and-climate-change/","type":"wp-embed","providerNameSlug":"prameya-news-7"}
https://www.prameyanews7.com/there-is-a-dangerous-connection-between-your-dog-and-climate-change/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.