ପ୍ରତି ୮ ଜଣରେ ଜଣେ ଝିଅ ଦୁଷ୍କର୍ମ ଓ ଯୌନ ନିର୍ଯାତନାର ଶିକାର, ରିପୋର୍ଟ ଜାରି କରି ଉଦବେଗ ପ୍ରକାଶ କଲା ୟୁନିସେଫ୍

Published By : Prameya-News7 Bureau | October 11, 2024 IST

wion

ନୂଆଦିଲ୍ଲୀ: ପ୍ରତି ୮ ଜଣ ଝିଅରେ ଜଣେ ହେଉଛି ଦୁଷ୍କର୍ମ ଓ ଯୌନ ନିର୍ଯାତନା ଶିକାର। ୧୮ ବର୍ଷରୁ କମ୍‌ ବୟସର ଝିଅଙ୍କ ତଥ୍ୟକୁ ନେଇ ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ୟୁନିସେଫ୍‌।  ୩୭ କୋଟିରୁ ଅଧିକ ଝିଅ ଏବଂ ମହିଳାମାନେ ଯୌନ ନିର୍ଯାତନାର ଶିକାର। ଅର୍ଥାତ ବିଶ୍ୱର ପ୍ରତି ଆଠ ଜଣଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମ କିମ୍ବା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ରିପୋର୍ଟରେ ଦୁଷ୍କର୍ମ କିମ୍ବା ଯୌନ ନିର୍ଯାତନା କିମ୍ବା ଅସଦାରଣ, ଅଶ୍ଲୀଳ କଥା ରହିଛି। ଏହା ଅନଲାଇନ୍‌ ବା ସୋସିଆଲ ମିଡିଆ ମାଧ୍ୟମରେ ବି ହୋଇପାରେ। ତେବେ ଏହି ଆକଳନ ୬୫୦ ମିଳିୟନକୁ ବୃଦ୍ଧି ହୋଇପାରେ। ଏହି ତଥ୍ୟକୁ ପ୍ରଥମ ବିଶ୍ୱସ୍ତରୀୟ ସର୍ଭେ ବୋଲି ୟୁନିସେଫ୍ ରିପୋର୍ଟ କରିଛି।

ରିପୋର୍ଟରେ କୁହାଯାଇଛି ଯେ ଝିଅମାନେ ଏବଂ ମହିଳାମାନେ ଅଧିକ ମାତ୍ରାରେ ପୀଡିତ ହୋଇଛନ୍ତି। ପୁଅ ଏବଂ ପୁରୁଷ କ୍ଷେତ୍ରରେ ଏହି ଆକଳନ ୨୪୦ ରୁ ୩୧୦ ନିୟୁତ ହୋଇଛି। ଅର୍ଥାତ ପ୍ରତି ୧୧ ଜଣରେ ଜଣେ ପିଲାଦିନେ ଦୁଃଷ୍କର୍ମ କିମ୍ବା ଯୌନ ନିର୍ଯାତନାର ଶିକାର ହୋଇଥିଲେ।

ୟୁନିସେଫ୍ ରିପୋର୍ଟ ପ୍ରକାଶ କରି କହିଛି, “ଏହି ତଥ୍ୟ ମାନବଜାତି ପାଇଁ କଳଙ୍କ। ମାନବିକ ଅଧିକାରର ଉଲ୍ଲଂଘନ, କଳଙ୍କ, ଆମ ପାଇଁ ଚ୍ୟାଲେଞ୍ଜ। ଆସନ୍ତା ମାସରେ କଲମ୍ବିଆରେ ହେବାକୁ ଥିବା Ending Violence Against Childrenରେ ଏକ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ପୂର୍ବରୁ ଏହି ରିପୋର୍ଟ ଆସିଛି। ୟୁନିସେଫ କହିଛି ଯେ ଏହା ବିରୁଦ୍ଧରେ ଆଇନକୁ ଦୃଢ କରିବା ଆବଶ୍ୟକ। ପିଲାମାନଙ୍କୁ ଯୌନ ହିଂସାକୁ ଚିହ୍ନଟ କରିବା ସହିତ ତୀବ୍ର ବିଶ୍ୱସ୍ତରୀୟ ପଦକ୍ଷେପର ଜରୁରୀ ଆବଶ୍ୟକତାକୁ ଦର୍ଶାଉଛି।

ୟୁନିସେଫ୍ କହିଛି ଯେ ଭୌଗୋଳିକ, ସାଂସ୍କୃତିକ ଏବଂ ଅର୍ଥନୈତିତିକ ସୀମା ମଧ୍ୟରେ ଯୌନ ହିଂସା ହ୍ରାସ ପାଇଛି, କିନ୍ତୁ ସାହାରା ଆଫ୍ରିକାରେ ସର୍ବାଧିକ ପୀଡିତ ଅଛନ୍ତି, ଏଥିରେ ୭୯ ନିୟୁତ ଝିଅ ଏବଂ ମହିଳା କିମ୍ବା ୨୨ ପ୍ରତିଶତ ପ୍ରଭାବିତ ହୋଇଛନ୍ତି। ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଏସିଆ 75 ମିଲିୟନ୍ ବା ୮ ପ୍ରତିଶତ ରହିଛି।

ମହିଳା ଏବଂ ଝିଅମାନଙ୍କ ପାଇଁ ଏହାର ତଥ୍ୟରେ,  7.3 କୋଟି ବା ୯ ପ୍ରତିଶତ ମଧ୍ୟ ଏବଂ ଦକ୍ଷିଣ ଏସିଆରେ ପ୍ରଭାବିତ ହୋଇଛନ୍ତି। ସେହିପରି ୟୁରୋପ ଏବଂ ଉତ୍ତର ଆମେରିକାରେ ୬.୮ କୋଟି କିମ୍ବା ୧୪ ପ୍ରତିଶତ, ଲାଟିନ୍ ଆମେରିକା ଏବଂ କାରିବିଆନ୍‌ରେ ୪.୫ କୋଟି, କିମ୍ବା ୧୮ ପ୍ରତିଶତ ଏବଂ ଉତ୍ତର ଆଫ୍ରିକା ଏବଂ ପଶ୍ଚିମ ଏସିଆରେ ୨.୯ କୋଟି ବା ୧୫  ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.