କଟକ: ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଚଳିତ ବର୍ଷ ପରାକ୍ରମ ଦିଵସ ପାଳିତ ହେଉଛି। ୨୦୨୧ମସିହାରୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ତରଫରୁ ନେତାଜୀ ସୁଵାଷ ବୋଷଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ କଟକରେ ଏହି ପରାକ୍ରମ ଦିବସ ୩ ଦିନ ଧରି ପାଳିତ ହେଵ। ଏଥିପାଇଁ କଟକ ସତ୍ୟବ୍ରତ ଷ୍ଟାଡିୟମ୍ ପରିସରରେ ଵ୍ୟାପକ ପ୍ରସ୍ତୁତି ଚାଲିଛି।
ମଙ୍ଗଳବାର କେନ୍ଦ୍ର ସରକାରଙ୍କ ସଂସ୍କୃତି ଵିଭାଗ ଓ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗର ବରିଷ୍ଠ ଅଧିକାରୀମାନେ ସତ୍ୟବ୍ରତ ଷ୍ଟାଡିୟମରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଆସନ୍ତା ୨୩ତାରିଖ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ପରାକ୍ରମ ଦିବସ ସମାରୋହର ଉଦଘାଟନ କରିବେ। ଆସନ୍ତା ୨୩ତାରିଖ ନେତାଜୀ ଜୟନ୍ତୀ ଦିନ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ଅତିଥି ମାନେ ପ୍ରଥମେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଯାଇ ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳ ଦେଵା ପରେ ସତ୍ୟବ୍ରତ ଷ୍ଟାଡିୟମ୍ ଆସିବେ।
ସତ୍ୟବ୍ରତ ଷ୍ଟାଡିୟମରେ ପରାକ୍ରମ ଦିବସ ପାଇଁ ଜାତୀୟ ସଂଗ୍ରହାଳୟରୁ ଆସିଥିବା ନେତାଜୀଙ୍କ ସ୍ମୃତି ସମ୍ବଳିତ ବିଭନ୍ନ ବିରଳ ଫଟୋ ଓ ନେତାଜୀଙ୍କ ଚିଠିକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏହା ସହ ନେସନାଲ ଫିଲ୍ମ୍ ଡିଭିଜନ କର୍ପୋରେସନ ବା ଏନଏଫଡିସି ଦ୍ବାରା ନେତାଜୀଙ୍କ ଜିଵନୀକୁ ନେଇ ଚଳଚ୍ଚିତ୍ର ଓ ନେସନାଲ ସ୍କୁଲ ଅଫ୍ ଡ୍ରାମା ଦ୍ୱାରା କିଛି ନାଟକ ପ୍ରଦର୍ଶିତ ହେଵାର କାର୍ଯ୍ୟକ୍ରମ ରହିଛି।