ପଲଟୁବାବୁ, ବିଶ୍ୱାସଘାତକ...ଏଥର ସିଧା ହମଲା; ନୀତୀଶ କୁମାରଙ୍କ ଉପରେ ବର୍ଷିଲେ ଅମିତ୍ ଶାହ

Published By : Prameya-News7 Bureau | June 29, 2023 IST

ପାଟନା: ନୀତୀଶ କୁମାର ବିଜେପି ଛାଡ଼ି ଏବେ ଆରଜେଡି ସମର୍ଥନରେ ବିହାର ମୁଖ୍ୟମନ୍ତ୍ରୀ ଆସନରେ ରହିଛନ୍ତି । କିନ୍ତୁ ମେଣ୍ଟ ଭାଙ୍ଗିବା ପରଠୁ ଆଜି ଯାଏ ବିଜେପି କେବେ ବି ନୀତୀଶ କୁମାରଙ୍କ ଉପରେ ସିଧା ଆକ୍ରମଣ କରି ନଥିଲା । ଆରଜେଡିର ଜଙ୍ଗଲ ରାଜକୁ ମନେ ପକାଇ ଲାଲୁ ପରିବାରକୁ ନିଶାନ କରୁଥିଲା । କିନ୍ତୁ ନୀତୀଶ କୁମାରଙ୍କୁ ନେଇ ରାଜ୍ୟ ବିଜେପି ନେତା ମାପିଚୁପି ବୟାନ ଦେଉଥିଲେ । ଏବେ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ସିଧା ଦିଲ୍ଲୀରୁ ଆସିଛି ସଂକେତ । ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଲଖିସରାୟରେ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରି ୨୦୨୪ ନିର୍ବାଚନରେ ବିଜେପି ନୀତୀଶ କୁମାରଙ୍କ ପ୍ରତି କୌଣସି କହୋଳ ମନଭାବ ରଖିବ ନାହିଁ ବୋଲି ସଂକେତ ଦେଇଛନ୍ତି ।

ଅମିତ୍ ଶାହ କେନ୍ଦ୍ର ସରକାରଙ୍କ ୯ ବର୍ଷର ରିପୋର୍ଟ କାର୍ଡକୁ ଲୋକଙ୍କ ଆଗରେ ରଖି ନୀତୀଶ କୁମାରଙ୍କୁ ପଲଟୁବାବୁ ଏବଂ ବିଶ୍ୱାସଘାତୀ କହିଛନ୍ତି । ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି କହିଛନ୍ତି ଯେ ଯେଉଁ ନେତା ପ୍ରତି ଥର ଘର ବଦଳାଉଛି, ତା' ଉପରେ ବିଶ୍ୱାସ କରାଯାଇପାରିବ କି ? ଏପରି ବ୍ୟକ୍ତିଙ୍କ ହାତରେ ବିହାରକୁ ଦେବା କି ? ସେ ମଧ୍ୟ ଏହା ଜାଣିଛନ୍ତି, ତେଣୁ କଂଗ୍ରେସ ଦୁଆରେ ବସିଛନ୍ତି । ସେ ଏହି ବୟସରେ ଲାଲୁଙ୍କୁ ମୁର୍ଖ କରିଦେଉଛନ୍ତି । ସେ କୁଆଡେ ଯିବେ ନାହିଁ, କେବଳ ମୁଖ୍ୟମନ୍ତ୍ରୀ ହିଁ ରାହିବାକୁ ଚାହୁଁଛନ୍ତି । ଅମିତ୍ ଶାହ କହିଛନ୍ତି ଯେ ନୀତୀଶ କୁମାର କହୁଛନ୍ତି ଯେ ୨୦ ଦଳ ଏକାଠି ହୋଇଛନ୍ତି । କିନ୍ତୁ ଏମାନେ ତ ସେହି ଲୋକ, ଯେଉଁମାନେ ୨୦୦୪ରୁ ୨୦୧୪ ମଧ୍ୟରେ ୨୦ ଲକ୍ଷ କୋଟି ଟଙ୍କାର ଘୋଟାଲାରେ ସାମିଲ ଥିଲେ ।

wp:html /wp:html

ଗୃହ ମନ୍ତ୍ରୀ ଅମିତ୍ ଶାହ ପ୍ରଶ୍ନ କରି କହିଛନ୍ତି ଯେ ଯେଉଁ ବ୍ୟକ୍ତି ନିଜ ସିଦ୍ଧାନ୍ତକୁ ଛାଡ଼ନ୍ତି, ତାଙ୍କୁ ଭରସା କରାଯାଇ ପାରିବ କି ? ବିଜେପି ନେତା କହିଛନ୍ତି ଯେ ପଲଟୁବାବୁ ନୀତୀଶ କୁମାର ୯ ବର୍ଷରେ କଣ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦରେ ବସି ରହିଛନ୍ତି । ଆଜି ତାଙ୍କୁ ହିଁ ଏହାର ହିସାବ ମାଗୁଛୁ । ଅନ୍ୟପଟେ ୯ ବର୍ଷରେ ମୋଦୀ ସରକାରଙ୍କ ଉପଲବ୍ଧି ଏବଂ ଗରିବ କଲ୍ୟାଣ ଯୋଜନାର ହିସାବ ଦେଇଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ।

Also Read: ଜୁଲାଇ ୩ରେ ମନ୍ତ୍ରିପରିଷଦ ବୈଠକ କରିବେ ମୋଦୀ; ନିର୍ବାଚନ ପୂର୍ବରୁ ଦଳୀୟ ସଙ୍ଗଠନରେ ପରିବର୍ତ୍ତନ ସଙ୍କେତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.