ସାଲେପୁର ୨୮/୦୨: ବିରଳ ପ୍ରଜାତିର ଧଳା ପେଚା ଉଦ୍ଧାର । କଟକ ଜିଲ୍ଲା ସାଲେପୁର ବଜାରରେ ଆଜି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଏକ ଧଳା ପେଚାଟି । ଦିନ ବେଳେ ବସା ଛାଡି ପଳାଇ ଆସିଥିଲା ତାକୁ କୁଆମାନେ ଦେଖି ଆକ୍ରମଣ କରୁଥିବାରୁ ପେଚାଟି ଭୟରେ ଏକ ଦେକାନ ଭିତରକୁ ପଶିଆସି ଥିଲା।
ବଜାରର କିଛି ଲୋକମାନେ ପେଚାଟିକୁ ଉଦ୍ଧାର କରିଥିଲେ। ଦିନ ହୋଇଥିବାରୁ ପେଚା ଛୁଆଟି କୁଆଡେ ଯାଇ ନପାରିବାରୁ କୁଆ ମାନେ ପେଚା ଛୁଆଟିକୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାରକରି ରଖିଥିଲା ବେଳେ ସନ୍ଧ୍ୟାରେ ନିକଟସ୍ତ ଜଙ୍ଗଲରେ ଛାଡ଼ିବେ ବୋଲି ସୂଚନା ମିଳିଛି।