UPI ଛୁଇଁଲା ୧୦ ବିଲିୟନ୍ ଟ୍ରାଞ୍ଜାକ୍ସନ, ଶୁଭେଚ୍ଛା ଜଣାଇଲେ ମୋଦୀ

Published By : Prameya-News7 Bureau | September 01, 2023 IST

ରେକର୍ଡ କଲା UPI ଟ୍ରାଞ୍ଜାକ୍ସନ। ଅଗଷ୍ଟରେ ୟୁପିଆଇ ଟ୍ରାଞ୍ଜାକ୍ସନ ଦେଶରେ ଛୁଇଁଛି ୧୦ ବିଲିୟନ। NPCI ଭାରତର ସମସ୍ତ ରିଟେଲ ପେମେଣ୍ଟର ଅର୍ଗାନାଇଜେସନ । ୟୁପିଆଇ ଦ୍ୱାରା ମୁହୂର୍ତ୍ତକ ମଧ୍ୟରେ ଅନ୍ୟ ଏକ ଆକାଉଣ୍ଟକୁ ସହଜରେ ଟଙ୍କା ଟ୍ରାନ୍ସଫର କରିହୁଏ।

ଏକ୍ସ(ଟ୍ୱିଟର) ଆକାଉଣ୍ଟରେ NPCI କହିଛିଯେ, 'ୟୁପିଆଇରେ ୧୦ ବିଲିୟନରୁ ଅଧିକ ଟ୍ରାଞ୍ଜାକ୍ସନ ହୋଇଛି। ଏହା ୟୁପିଆଇ ପାଇଁ ଏକ ରେକର୍ଡ। ଡିଜିଟାଲ ପେମେଣ୍ଟର ଶକ୍ତି ଓ ମାଇଲଷ୍ଟୋନ୍ ଛୁଇଁବା ଅବସରରେ ସେଲିବ୍ରେସନରେ ସାମିଲ ହୁଅନ୍ତୁ। ୟୁପିଆଇ ଟ୍ରାଞ୍ଜାକ୍ସନ ବର୍ତ୍ତମାନ ପରିବର୍ତ୍ତନ ସୃଷ୍ଟି କରିବା ଦିଗରେ ଅଗ୍ରସର ହେଉଛି।'

wp:html /wp:html

NCPIର ଡାଟା ଅନୁସାରେ ଅଗଷ୍ଟ ୩୦ ସୁଦ୍ଧା Unified Payments Interface(UPI) ଟ୍ରାଞ୍ଜାକ୍ସନ ୧୦.୨୪ ବିଲିୟନ ଅତିକ୍ରମ କରିଛି। ଏହାର ମୂଲ୍ୟ ଅନୁସାରେ ୧୫ ଲକ୍ଷ ୧୮ ହଜାର ୪୫୬ ଦଶମିକ ୪ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି।

ଜୁଲାଇରେ (UPI) ଟ୍ରାଞ୍ଜାକ୍ସନ ୯.୯୬ ବିଲିୟନ ହୋଇଥିବାବେଳେ ଜୁନରେ ୯.୩୩ ବିଲିୟନ ଛୁଇଁଥିଲା। ସମୁଦାୟ ୧୫,୩୩,୬୪୫.୨୦କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିଲା। ୟୁପିଆଇ ଏକ ଏପରି ଏକ ସିଷ୍ଟମ ଯାହା ୟୁଜରଙ୍କୁ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥାଏ।

wp:html /wp:html

NCPIର ସଫଳତାରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ସେ କହିଛନ୍ତି ଯେ- ଏହା ଆମ ପାଇଁ ଭଲ ଖବର। ଭାରତରେ ଲୋକମାନେ ଜିଡିଟାଲ ଦିଗରେ ଅଗ୍ରଗତି କରୁଛନ୍ତି। ଆଗକୁ ମଧ୍ୟ ଏହି ଟ୍ରେଣ୍ଡ ଜାରି ରହିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.