ସିରିଆରେ ଇରାନ ଆତଙ୍କୀ ଗୋଷ୍ଠୀ ଉପରେ ହମଲା; ୯ ଠିକଣାରେ ଆମେରିକାର ଏୟାରଷ୍ଟ୍ରାଇକ୍

Published By : Prameya-News7 Bureau | November 12, 2024 IST

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଜବାବ ଦେଲା ଆମେରିକା । ସିରିଆରେ ଇରାନ ସମର୍ଥିତ  ଆତଙ୍କବାଦୀ ଗୋଷ୍ଠୀ ଉପରେ ଆକ୍ରମଣ କରିଛି ୟୁଏସଏ ସେନା । ସିରିଆର ଦୁଇ ସ୍ଥାନର ୯ ଠିକଣାରେ ଏୟାର ଷ୍ଟ୍ରାଇକ୍ କରିଛି । ୟୁଏସ ସେଣ୍ଟ୍ରାଲ୍  କମାଣ୍ଡୋ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହି ହମଲାରେ ଜଣେ ବି ଆମେରିକୀୟ ସୈନ୍ୟ ଆହତ ହୋଇନଥିବା କୁହାଯାଇଛି  । ସୋମବାର ସଂଧ୍ୟା ସୁଦ୍ଧା ପେଣ୍ଟାଗନ ସ୍ପଷ୍ଟି କରିଛି ସିରିଆରେ ଆମେରିକା କେଉଁ କେଉଁ ସ୍ଥାନରେ ହମଲା କରିଛି ସ୍ପଷ୍ଟ କରିଛି । 

ସିରିଆରେ ଇସଲାମିକ୍ ସଂଗଠନ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ସୈନ୍ୟ ମୁତୟନ ହୋଇଛନ୍ତି । ପାଖାପଖି ୯୦୦ରୁ ଅଧିକ ଯବାନ ସିରିଆ ସହଯୋଗୀବଳକୁ ସହାୟତା କରୁଛନ୍ତି । ଫେବ୍ରୁଆରୀ ମାସରେ ଜର୍ଡନରେ ହୋଇଥିବା ଡ୍ରୋନ୍ ହମଲା ଜବାବରେ ସିରିଆରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ମିଲିସିଆ ଠିକଣାରେ ହମଲା କରିଥିଲା । ଯେଉଁଥିରେ ୩ ଆମେରିକୀୟ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ହମାସ ଆତଙ୍କବାଦୀ ସଂଗଠନ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ।       

ସେପଟେ ଇସ୍ରାଏଲ୍‌  ସେନା ସିରିୟାରେ ଜୋରଦାର ଏୟାରଷ୍ଟ୍ରାଇକ୍‌  କରିଛି । ଏଥିରେ ଲେବାନନ୍‌ର ଆତଙ୍କୀ ସଙ୍ଗଠନ  ହିଜ୍‌ବୁଲ୍ଲାର କମାଣ୍ଡର ସଲିମ ଜମିଲ ଅୟାଶ  ନିପାତ ହୋଇଛି । ସଲିମ ସିରିୟାରେ ହିଜ୍‌ବୁଲ୍ଲାର  ଘାଟି ଅଲ୍‌-କୌସୈରରେ ଲୁଚିଥିଲା । ଇସ୍ରାଏଲ୍‌  ସେନା ଆକ୍ରମଣ କରିବା ଯୋଗୁ ସଲିମ୍ ସମେତ  ମୋଟ ୯ ଜଣଙ୍କ ମୃତ୍ୟୁ ଘଟିଛି । ଇରାନ୍‌ର  ବିଦେଶ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ତୀବ୍ର  ସମାଲୋଚନା କରିଛି । ଇସ୍ରାଏଲ୍‌କୁ ଜାତିସଂଘରୁ  ବାହାର କରିବା ପାଇଁ ଏହା ଦାବି କରିଛି । ଖବର ମୁତାବକ, ଆତଙ୍କୀ ସଲିମ   ହିଜ୍‌ବୁଲ୍ଲାର ୧୫୧ ୟୁନିଟ୍‌ର ସଦସ୍ୟ ଥିଲା ।   ଆମେରିକା ତା’ ଉପରେ ୧୦ ନିୟୁତ ଡଲାରର ପୁରସ୍କାର ରଖିଥିଲା ।  ୨୦୦୫ରେ ସଲିମ ଲେବାନନ୍‌ର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ରଫିକ୍‌ ହରିରିଙ୍କ ହତ୍ୟା ପାଇଁ ଦାୟୀ ଥିଲା । ହରିରି ଲେବାନନ୍‌ର ସବୁଠୁ  ଲୋକପ୍ରିୟ ସୁନ୍ନି ମୁସ୍‌ଲିମ୍‌ ନେତା ଥିଲେ ।  ସେ ୫ ଥର ଦେଶର ପ୍ରଧାନମନ୍ତ୍ରୀ  ରହିଥିଲେ । ୨୦୦୫ ଫେବ୍ରୁଆରୀ  ୧୪ରେ ବେରୁଟରେ ହରିରିଙ୍କ  କାଫିଲାକୁ ୩   ହଜାର କିଲୋଗ୍ରାମ ବିସ୍ଫୋରକ  ବୋଝେଇ ଟ୍ରକ୍‌ ଦ୍ୱାରା ଧକ୍କା  କରାଯାଇଥିଲା । ଏଥିରେ ଭୟଙ୍କର  ବିସ୍ଫୋରଣ ହେବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.