ଭାରତକୁ ୧୪୦୦ରୁ ଅଧିକ ପ୍ରାଚୀନ ମୂଲ୍ୟବାନ ସାମଗ୍ରୀ ଫେରାଇବ ଆମେରିକା, ମୂଲ୍ୟ ୧୦ ମିଲିୟନ ଡଲାରରୁ ବି ଅଧିକ

Published By : Prameya-News7 Bureau | November 16, 2024 IST

ନୂଆଦିଲ୍ଲୀ: ଭାରତକୁ ୧୪୪୦ ପ୍ରା୩ଚୀନ ମୂଲ୍ୟବାନ ସାମଗ୍ରୀ ଫେରାଇବ ଆମେରିକା । ଏହି ପ୍ରାଚୀନ ବସ୍ତୁଗୁଡ଼ିକର ଆନୁମାନିକ ମୂଲ୍ୟ ୧୦ ମିଲିୟନ ଆମେରିକୀୟ ଡଲାର । ଆମେରିକାର ମ୍ୟାନହଟ୍ଟନ ଜିଲ୍ଲା ଆଟର୍ଣ୍ଣି ଏଲଭିନ୍ ଏଲ୍.ବ୍ରାଗ୍ ଜୁନିଅର ଏକ ବୟାନରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅପରାଧିକ ନେଟୱାର୍କକୁ ନେଇ ଚଲିଥିବା ତଦନ୍ତରେ ଏହି ସବୁ ମୂଲ୍ୟବାନ ସାମଗ୍ରୀ ଜବତ ହୋଇଛି । ଦୋଷୀ ସୁଭାଷ କପୁର ଏବଂ ନୈନ୍ସୀ ୱିନରଠାରୁ ମିଳିଥିବା ପ୍ରାଚୀନ ସାମଗ୍ରୀକୁ ଭାରତର ମହାବାଣିଜ୍ୟ ଦୂତାବାସର ମନୀଷ କୁଲହାରୀଙ୍କୁ ହସ୍ତାନ୍ତର କରାଯାଇଛି ।

ବ୍ରାଗ ଭାରତକୁ ୧୦ ମିଲିୟନ ଆମେରିକୀୟ ଡଲାରର ମୂଲ୍ୟର ଅତି କମରେ ୧୪୪୦ ପ୍ରଚୀନ ସାମଗ୍ରୀ ବସ୍ତୁ ହସ୍ତାନ୍ତର କରିବା ପାଇଁ ଘୋଷଣା କରିଛନ୍ତି । ସେ କହିଛନ୍ତି, 'ଆମେ ଭାରତୀୟ ସାଂସ୍କୃତିକ ଐତିହ୍ୟକୁ ଟାର୍ଗେଟ୍ କରୁଥିବା ତସ୍କରଙ୍କ ନେଟୱାର୍କର ଯାଞ୍ଚ କରିବା ଜାରି ରଖିବୁ ।' ଏହି ମୂଲ୍ୟବାନ ପ୍ରାଚୀନ ସାମଗ୍ରୀଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶର ଏକ ମନ୍ଦିରରୁ ଲୁଟ୍ ହୋଇଥିବା ଦିବ୍ୟ ନର୍ତ୍ତକୀ, ତନେସର ମାତୃ ଦେବୀ ଏବଂ ରାଜସ୍ଥାନର ତନେସରା-ମହାଦେବ ଗାଁରୁ ଲୁଟ୍ ହୋଇଥିବା ମୂର୍ତ୍ତି ସାମିଲ ରହିଛି ।

ବୟାନରେ କୁହାଯାଇଛି ଯେ ବ୍ରାଗଙ୍କ କାର୍ଯ୍ୟକାଳରେ ଡିସ୍‌ଟ୍ରିକ୍ ଆଟର୍ଣ୍ଣିର ଏହି ୟୁନିଟ୍ ୩୦ରୁ ଅଧିକ ଦେଶରୁ ଚୋରି କରାଯାଇଥିବା ୨୧୦୦ରୁ ଅଧିକ ପ୍ରାଚୀନ ବସ୍ତୁକୁ ଜବତ କରାଯାଇଛି । ଏହି ସବୁ ପ୍ରାଚୀନ ସାମଗ୍ରୀର ମୂଲ୍ୟ ପ୍ରାୟ ୨୩୦ ମିଲିୟନ ଆମେରିକୀୟ ଡଲାର । ବୟାନରେ ଏହା ବି କୁହାଯାଇଛି ଯେ ଭାରତରୁ ଲୁଟି ଅଣାଯାଇଥିବା ଏବଂ ଚଳିତ ବର୍ଷ ଆରମ୍ଭରୁ ଜବତ କରାଯାଇଥିବା ୬୦୦ରୁ ଅଧିକ ପ୍ରାଚୀନ ସାମଗ୍ରୀ ସମେତ ପ୍ରାୟ ୧ ହଜାର ସାମଗ୍ରୀକୁ ନୂଆଦିଲ୍ଲୀ ପଠାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.