ସମ୍ଭାବ୍ୟ ବାତ୍ୟା ନେଇ ପରିବାର ବଜାରରେ ଲୋକଙ୍କ ଭିଡ, ଆଳୁ-ପିଆଜର ବଢିଲାଣି ଦର

Published By : Prameya-News7 Bureau | October 22, 2024 IST

କଟକ ୨୨।୧୦ : ସମ୍ଭାବ୍ୟ ନେଇ ଚାରିଆଡେ ଛନକା। ଏପିରିକି ବାତ୍ୟା ଆଶଙ୍କାରେ ପରିଵା ଵଜାରରେ ଲୋକଙ୍କ ବେଶ୍ ଭିଡ ଦେଖିବାକୁ ମିଳୁଛି। କଟକ ଛତ୍ରଵଜାର ଅର୍ବାନ ହାଟରେ ଲୋକମାନେ ଵ୍ୟସ୍ତ ଵିଵ୍ରତ ହୋଇ ଆଳୁ, ପିଆଜ ଓ ଅନ୍ୟାନ୍ୟ ପରିଵା କିଣୁଥିବା ଦେଖାଯାଇଛି। ତେବେ ଅଧିକାଂଶ ପରିଵା ଦର ନିୟନ୍ତ୍ରଣରେ ଥିବା ବେଳେ ଆଳୁ,ପିଆଜ ଦରରେ ଅହେତୁକ ବୃଦ୍ଧି ଘଟିଛି। ସେପଟେ ଆଳୁ, ପିଆଜ ଦର ନିୟନ୍ତ୍ରଣ ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି।


ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାପରେ ଏହା ସଂଧ୍ୟା ସୁଦ୍ଧା ଗଭୀର ଅବପାତର ରୂପ ନେବ । ବୁଧବାର ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବ । ଆଉ ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ । ପୁରୀରୁ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଯାହାର ପ୍ରଭାବର ୨୩ରୁ ୨୬ ଯାଏଁ ବର୍ଷା ନେଇ ନେଇ ଅନୁମାନ କରାଯାଇଛି । ୧୮ ଜିଲ୍ଲାରୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ଏପିରିକି ଏହି ୧୮ ଜିଲ୍ଲାର ସ୍କୁଲକୁ ମଧ୍ୟ ବନ୍ଦ କରାଯାଇଛି ।  

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.