ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ, ରାତି ସୁଦ୍ଧା ପୂଜା ମଣ୍ଡପରୁ ଖୋଲାଯିବ ବାଉଁଶ ଓ ଲାଇଟ୍

Published By : Prameya-News7 Bureau | October 22, 2024 IST

କେନ୍ଦ୍ରାପଡ଼ା ୨୨।୧୦ : ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବ ପ୍ରସ୍ତୁତି । କେନ୍ଦ୍ରାପଡ଼ାରେ ମଙ୍ଗଳବାର ରାତି ସୁଦ୍ଧା ସମସ୍ତ ପୂଜା ଅନୁଷ୍ଠାନ ଗୁଡିକରୁ ବାଉଁଶ ଓ ଲାଇଟ୍‌ ଗେଟ୍‌ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । 

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଆକ୍ସନମୋଡକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ପ୍ରଶାସନ ଓ ପୂଜା ପକ୍ଷରୁ ବସିଥିଲା ମିଳିତ ବୈଠକ । ଏହି ବୈଠକରେ ରାତି ସୁଦ୍ଧା ସମସ୍ତ ପୂଜା ଅନୁଷ୍ଠାନ ଗୁଡିକରୁ ବାଉଁଶ ଓ ଲାଇଟ୍‌ ଗେଟ୍‌ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଏହା ବ୍ୟତୀତ ୨୩ ତାରିଖ ସଂଧ୍ୟା ସୁଦ୍ଧା ସମସ୍ତ ପୂଜା ଅନୁଷ୍ଠାନ ମା ଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମା ବିସର୍ଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି l କେନ୍ଦ୍ରାପଡାରେ ୨୩ ଓ ୨୪ ତାରିଖରେ ହେବାକୁ ଥିବା ଗଜଲଷ୍ମୀ ମେଲଣ ଏବଂ ଭସାଣୀକୁ ବାତ୍ୟା ପାଇଁ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ କରିବା ପାଇଁ ପୂଜା ଅନୁଷ୍ଠାନକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ବେହେରା, ଏସ୍‌ପି ସିଦ୍ଧାର୍ଥ କଟାରିଆ ପ୍ରମୂଖ ଉପସ୍ଥିତ ଥିଲେ l

 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.