ପତ୍ନୀ କ୍ୟାଟ୍ରିନାଙ୍କ ସହ ସମୁଦ୍ର କୂଳରେ ରୋମାଣ୍ଟିକ୍‌ ହେଲେ ଭିକି, ଏମିତି ସେଲିବ୍ରେଟ୍‌ କଲେ ଅଭିନେତ୍ରୀଙ୍କ ବର୍ଥଡେ

Published By : Prameya-News7 Bureau | July 17, 2023 IST

ମୁମ୍ଵାଇ ୧୭।୦୭: ବଲିଉଡର ସୁନ୍ଦର ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଗତକାଲି ଅର୍ଥାତ୍ ୧୬ ତାରିଖରେ ତାଙ୍କର ୪୦ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନକୁ ସ୍ୱତନ୍ତ୍ର କରିବା ପାଇଁ ସେ ତାଙ୍କ ସ୍ୱାମୀ ଏବଂ ଅଭିନେତା ଭିକିଙ୍କ ସହ ଛୁଟିରେ ଯାଇଥିଲେ। ଏଥି ସହିତ ଭିକି ସୋସିଆଲ ମିଡିଆରେ ଛୁଟିଦିନର କିଛି ରୋମାଣ୍ଟିକ ଫଟୋ ସେୟାର କରି କ୍ୟାଟ୍ରିନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଭିକି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ କ୍ୟାଟ୍ରିନାଙ୍କ ସହ ସମୁଦ୍ର କୂଳରେ କ୍ଲୋଜ୍‌ ହେଉଛନ୍ତି। ଏହି ଫଟୋରେ ଦୁହେଁ ହତରେ ହାତରେ ପକାଇ କ୍ୟାମେରାକୁ ପୋଜ୍ ଦେଉଛନ୍ତି । ଆଉ ଗୋଟିଏ ଫଟୋରେ, ଏହି ଷ୍ଟାର୍ ଦମ୍ପତି ପରସ୍ପରର କୁ ଅନାଇ ହସୁଥିବାବେଳେ ଅନ୍ୟଟିରେ କ୍ୟାଟ୍ରିନା ଲାଜେଇ ଯାଇଥିବା ବେଳେ ଏବଂ ଭିକି ଖୋଲାଖୋଲି ଭାବେ ହସୁଛନ୍ତି । ଫଟୋ ଗୁଡ଼ିକରେ କ୍ୟାଟ୍ରିନା ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ଭିକି ହାଲୁକା ନୀଳ ରଙ୍ଗର ସାର୍ଟରେ ସୁନ୍ଦର ଦେଖାଯାଉଛନ୍ତି ।

wp:html
/wp:html

ଏହି ସୁନ୍ଦର ଫଟୋ ଗୁଡ଼ିକୁ ସେୟାର କରି ଭିକି କ୍ୟାପସନରେ ଲେଖିଛନ୍ତି - 'ମୁଁ ପ୍ରତିଦିନ ତୁମର ଯାଦୁରେ ହଜିଯାଉଛି। ଜନ୍ମଦିନର ଶୁଭେଚ୍ଛା ମାଇଁ ଲଭ ... 'ଭିକି ତାଙ୍କ ଛୁଟିଦିନର ଏହି ରୋମାଣ୍ଟିକ ମୂହୁର୍ତ୍ତ ଗୁଡ଼ିକୁ କ୍ୟାମେରାରେ କ୍ୟାପଚର କରି ବହୁତ ଖୁସି ହେଉଛନ୍ତି। ଏଥିସହିତ ତାଙ୍କ ପ୍ରଶଂସକମାନେ ମଧ୍ୟ ଅଭିନେତା ପୋଷ୍ଟରେ ବହୁତ ଭଲପାଉଛନ୍ତି ଏବଂ କ୍ୟାଟ୍ରିନାଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।

wp:embed {"url":"https://www.prameyanews7.com/katrina-kaif-staff-pushes-fans-away-as-she-get-mobbed-by-crowd/","type":"wp-embed","providerNameSlug":"prameya-news-7"}
https://www.prameyanews7.com/katrina-kaif-staff-pushes-fans-away-as-she-get-mobbed-by-crowd/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.