ଭିଜିଲାନ୍ସ ଜାଲରେ ଚାନ୍ଦିପୁର IIC, ASI : ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

Published By : Prameya-News7 Bureau | July 19, 2023 IST

ବାଲେଶ୍ବର ୧୯।୭: ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ପୋଲିସ ବାବୁ । ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଏବଂ ଏଏସଆଇଙ୍କୁ ଧରିଲା ଭିଜିଲାନ୍ସ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଭୟ ଧରାପଡିଛନ୍ତି । ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସଆଇ ବଳି ମହାନ୍ତି ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି । ଜଣେ ମଦଭାଟି ମାଲିକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଏ ନେଇ ବାଲେଶ୍ବର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏକ ମାମଲାର ରଫାଦଫା କରିବା ପାଇଁ ଉଭୟ ପୋଲିସ ବାବୁ ଜନୈକ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ । ବ୍ୟକ୍ତି ଜଣଙ୍କ ଏନେଇ ଭିଜିଲାନ୍ସ ଥାନାରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଏସପି ନରହରି ବେହେରାଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇଥିଲା । ପୂର୍ବ ଯୋଜନା ମୁତାବକ ବ୍ୟକ୍ତି ଜଣଙ୍କ ଆଇଆଇସି ଗଣେଶ୍ବର ପ୍ରଧାନ, ଏଏସଆଇ ବଳି ମହାନ୍ତି ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ଗିରଫ କରିଛି । ଏ ନେଇ ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି । ଏନେଇ ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/five-injured-in-nischintakoili-of-kendrapara/","type":"wp-embed","providerNameSlug":"prameya-news-7"}
https://www.prameyanews7.com/five-injured-in-nischintakoili-of-kendrapara/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.