କଟକ ୧।୧୦: ଭରତପୁର ଥାନା ମାମଲାର ନିରପେକ୍ଷ ତଦନ୍ତ କରାଯିବ ଏବଂ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ନୂଆ ଏଡିଜି ବିନୟତୋଷ ମିଶ୍ର କହିଛନ୍ତି । ଏହା ସହିତ ସେ କହିଛନ୍ତି, ସରକାର କ୍ରାଇମବ୍ରାଞ୍ଚ ଉପରେ ଭରସା କରିଛନ୍ତି ଓ କ୍ରାଇମବ୍ରାଞ୍ଚ ମଧ୍ୟ ଆଇନ ଅନୁଯାଇ ଏହି ମାମଲାର ସର୍ବଶ୍ରେଷ୍ଠ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ମଙ୍ଗଳବାର ଅପରାହ୍ନରେ କ୍ରାଇମବ୍ରାଞ୍ଚ ନୂଆ ଏଡିଜି ଭାବେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ୧୯୯୩ ମସିହା ବ୍ୟାଚ IPS ବିନୟତୋଷ ମିଶ୍ର । ଏହି ଅବସରରେ ସେ ସମସ୍ତ ମାମଲାର ନିରପେକ୍ଷ ତଦନ୍ତ କରି ଜନ ସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ବିଭାଗ ତତ୍ପର ରହିବ । ତେବେ CCTNSରେ ବହୁ ନୂଆ ପଦ୍ଧତି ଆପଣାଯାଇଛି ଓ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ମଧ୍ୟ କରାଯାଉଛି କିନ୍ତୁ ସାଇବର ଅପରାଧର ମୁକାବିଲା ଏକ ଚାଲେଞ୍ଜ ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା ପାଇଁ ବିଭାଗ ତତ୍ପର ରହିବ ଏବଂ ସାଇବର ଅପରାଧ ସମ୍ପର୍କୀତ ମାମଲାର ଉପଯୁକ୍ତ ତଦନ୍ତ କରାଯିବ ବୋଲି ଏଡିଜି କହିଛନ୍ତି ।
You Can Read:
ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ : ସୁରକ୍ଷା ବ୍ୟବସ୍ଥା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ