କ୍ରିକେଟରୁ ସନ୍ନ୍ୟାସ ନେବେ କି କିଙ୍ଗ୍ କୋହଲି? ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ବଡ ଅପ୍‌ଡେଟ୍

Published By : Prameya-News7 Bureau | March 17, 2025 IST

ନୂଆଦିଲ୍ଲୀ ୧୭/୦୩: ରୋହିତ ଶର୍ମାଙ୍କ ଅଧିନାକତ୍ୱରେ ଭାରତୀୟ ଟିମ୍ ଜିତିଛି ବଡ ଟ୍ରଫି । ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ନିଜ ନାମରେ କରିଛି ଦଳ । ଫାଇନାଲରେ ନ୍ୟୁଜିଲାଣ୍ଡରେ ହରାଇ ଜିତିଛି ତାଜ୍ । ଏହା ପରେ ଅନୁମାନ ଲାଗୁଥିଲା କି, ରୋହିତ-କୋହଲି କ୍ରିକେଟ ଖାସ୍‌ କରି ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇପାରନ୍ତି । କିନ୍ତୁ ୩୭ ବର୍ଷୀୟ ରୋହିତ ଏହା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । 

ଆଗକୁ ଭାରତୀୟ ଟିମ୍ ଜୁନ୍ ଜୁଲାଇରେ ଇଂଲଣ୍ଡ ଗସ୍ତରେ ଯିବାର ଅଛି । ଯେଉଁଠି ଦୁଇ ଟିମ୍ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହା ପୂର୍ବରୁ ୩୭ ବର୍ଷୀୟ କୋହଲି ବି ନିଜର ସନ୍ନ୍ୟାସ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଥିଲେ । ସେ କହିଥିଲେ କି, ଏବେ ସେ କ୍ରିକେଟ୍ ଛାଡିବେନି । କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇନୋଭେସନ ଲ୍ୟାବ୍ ଇଣ୍ଡିଆନ୍ସ ସ୍ପୋର୍ଟ୍ସ୍ ସମିଟ୍‌ରେ କହିଥିଲେ କି ସେ ଟେଷ୍ଟ ବା ଦିନିକିଆରୁ ସନ୍ନ୍ୟାସ ନେବେନି । 

କିଙ୍ଗ କୋହଲି କହିଥିଲେ କି, ବ୍ୟସ୍ତ ହୁଅନ୍ତୁନି । ଏବେ ସମୟ ଆସିନି । ଆଗକୁ ବହୁତ କିଛି ବାକି ଅଛି । ମୁଁ କୌଣସି ଘୋଷଣା କରୁନି । ଆହୁରି ଖେଳିବାକୁ ମୁଁ ପସନ୍ଦ କରେ । କୋହଲି ଏଥର ଚାମ୍ପିଅନ୍ସ ଟ୍ରଫିରେ ସବୁଠୁ ଅଧିକ ରନ୍ କରିଛନ୍ତି । ୫ଟି ମ୍ୟାଚ୍‌ରେ ସେ କରିଛନ୍ତି ୨୧୮ ରନ୍ । ଯେଉଁଥିରେ ଗୋଟିଏ ଶତକ ବି ସାମିଲ ଅଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.