ଆଇପିଏଲ୍‌ରେ ବିରଳ ରେକର୍ଡ କରି ଇତିହାସ ସୃଷ୍ଟି କଲେ ବିରାଟ କୋହଲି: ଭାଙ୍ଗୁଛନ୍ତି ଗୋଟିଏ ପରେ ଗୋଟିଏ ରେକର୍ଡ

Published By : Prameya-News7 Bureau | April 24, 2025 IST

indiatoday

ନୂଆଦିଲ୍ଲୀ: ଆଇପିଏଲ୍‌ରେ ବିରାଟଙ୍କ ବିରଳ ରେକର୍ଡ। ଗୋଟିଏ ମୈଦାନ୍‌ରେ ସର୍ବାଧିକ ରନ୍ କରିବାର ରେକର୍ଡ କଲେ ବିରାଟ କୋହଲି। ଗୋଟିଏ ଭେନ୍ୟୁରେ ୩୫୦୦ କିମ୍ବା ତା’ଠାରୁ ଅଧିକ ରନ୍ କରିବାରେ ଇତିହାସର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି କୋହଲି। ଗୁରୁବାର, ଏପ୍ରିଲ ୨୪ ତାରିଖରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ କୋହଲି ତାଙ୍କର ୧୦୫ ତମ ଆଇପିଏଲ୍‌ ମ୍ୟାଚ୍‌ ଖେଳି ଏହି ସଫଳତା ହାସଲ କରିଛନ୍ତି। 

ଟି-୨୦ରେ ଗୋଟିଏ ମୈଦାନରେ ୩ ହଜାରରୁ ଅଧିକ ରନ କରିଥିବା ୬ ବ୍ୟାଟରଙ୍କ ମଧ୍ୟରୁ କୋହଲିଙ୍କ ନାଁ ସାମିଲ ହୋଇଛି।  କୋହଲିଙ୍କ ପୂର୍ବୁର ଏହି ରେକର୍ଡ କରିଥିବା ଅନ୍ୟମାନେ ହେଲେ ମୁସଫିକର ରହିମ, ଜେମ୍ସ ଭିନ୍ସ, ଆଲେକ୍ସ ହେଲ୍ସ, ତାମିମ ଇକବାଲ ଏବଂ ମହମୁଦୁଲ୍ଲା ରିଆଦ। ୨୦୦୮ ମସିହାରେ ଆରସିବିରେ ଯୋଗଦେବା ପରଠାରୁ ୩୬ ବର୍ଷୀୟ କୋହଲି ଚିନ୍ନାସ୍ୱାମୀକୁ ଷ୍ଟାଡିୟମ୍‌କୁ ତାଙ୍କର ଘରୋଇ ଷ୍ଟାଡିୟମ୍‌ରେ କରିନେଇଛନ୍ତି। 

ଗୋଟିଏ ଷ୍ଟାଡିୟମ୍‌ରେ ୩ ହଜାରରୁ ଅଧିକ ରନ୍ କରିଥିବା ବ୍ୟାଟର- 

ବିରାଟ କୋହଲି - ୩୫୦୦* ରନ୍ (ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ, ବେଙ୍ଗାଲୁରୁ)
ମୁଶଫିକର ରହିମ - ୩୩୭୩ ରନ୍ (ଶେର-ଏ-ବାଂଲା ନ୍ୟାସନାଲ ଷ୍ଟାଡିୟମ, ମିରପୁର)
ଜେମ୍ସ ଭିନ୍ସ - ୩୨୫୩ ରନ୍ (ଦି ରୋଜ ବୋଲ, ସାଉଥାମ୍ପଟନ୍)
ଆଲେକ୍ସ ହେଲ୍ସ - ୩୨୪୧ ରନ୍ (ଟ୍ରେଣ୍ଟ ବ୍ରିଜ୍, ନଟିଂହାମ)
ତମିମ ଇକବାଲ - ୩୨୩୮ ରନ୍ (ଶେର-ଏ-ବାଂଲା ନ୍ୟାସନାଲ ଷ୍ଟାଡିୟମ, ମିରପୁର)
ମହମୁଦୁଲ୍ଲା ରିଆଦ - ୩୧୫୦ ରନ୍ (ଶେର-ଏ-ବାଂଲା ନ୍ୟାସନାଲ ଷ୍ଟାଡିୟମ, ମିରପୁର)

ଜବରଦସ୍ତ ଫର୍ମରେ ବିରାଟ

୧. ଚଳିତ ଆଇପିଏଲ୍ ସଂସ୍କରଣରେ କୋହଲି ଜବରଦସ୍ତ ଫର୍ମରେ ଅଛନ୍ତି। ପୂର୍ବରୁ ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ, କୋହଲି ଟି-୨୦ରେ  ଦ୍ରୁତତମ ୧୩୦୦୦ ରନ୍ ପୂରା କରିବାରେ ଦ୍ୱିତୀୟ ବ୍ୟାଟର ହୋଇଥିଲେ। ଏଥିସହିତ ଟି-୨୦ରେ ୩୮୬ ତମ ଇନିଂସର ମାଇଲଖୁଣ୍ଟ ବି ଅତିକ୍ରମ କରିଥିଲେ। 
୨. ଏପ୍ରିଲ ୧୩ ତାରିଖରେ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ମ୍ୟାଚ୍‌ ଖେଳି କୋହଲି ଡେଭିଡ୍ ୱାର୍ଣ୍ଣରଙ୍କ ପରେ ଟି-୨୦ରେ ୧୦୦ ଅର୍ଦ୍ଧଶତକ ମାରିବାରେ ଦ୍ୱିତୀୟ ବ୍ୟକ୍ତି ବ୍ୟାଟର ହୋଇଥିଲେ।
୩. ଏହାପରେ ପଞ୍ଜାବ କିଙ୍ଗ୍ସ (PBKS) ବିପକ୍ଷ ମ୍ୟାଚ୍‌ରେ, କୋହଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ସର୍ବାଧିକ ଥର ପଚାଶରୁ ଅଧିକ ସ୍କୋର କରି ଡେଭିଡ୍ ୱାର୍ଣ୍ଣରଙ୍କ ଅସାଧାରଣ ରେକର୍ଡକୁ ଭାଙ୍ଗି ଦେଇଥିଲେ। 
 ୪. କୋହଲି ଆଇପିଏଳ୍‌ରେ ନିଜର ୬୭ ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଇପିଏଲ୍‌ ଲିଗ ଇତିହାସରେ କୋହଲି ସର୍ବକାଳୀନ ସର୍ବାଧିକ ରନ ସ୍କୋରର କରିବାରେ ଆଗରେ ରହିଛନ୍ତି। 

ସୂଚନା ଥାଉକି ଗୁରୁବାର ଆଇପିଏଲ ମହାସମରରେ ୪୨ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ରାଜସ୍ଥାନ ରୟାଲ୍ସ ବିରୋଧରେ ବିସ୍ଫୋରକ ଇନିଂସ ଖେଳିଛନ୍ତି କିଙ୍ଗ୍ କୋହଲି। ସେ ମାତ୍ର ୪୨ଟି ବଲରୁ ୭୦ ରନ୍ କରିଛନ୍ତି । ଅନ୍ୟପଟେ ବିରାଟଙ୍କୁ ସାଥ୍ ଦେଇଥିଲେ ଦେବଦତ୍ତ ପାଡିକଲ୍ । ସେ  ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଡିଏ ଓଭରରେ ୨୦୫ ରନ୍ ସଂଗ୍ରହ କରିଛି । ରାଜସ୍ଥାନକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୨୦୬ କରିବାକୁ ପଡ଼ିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.