ଖବରକାଗଜ ପ୍ରଥମ ପୃଷ୍ଠାରେ ଭାରତୀୟ କ୍ରିକେଟର, ହିନ୍ଦୀ, ପଞ୍ଜାବୀ, ଭାଷାରେ ଲେଖାଗଲା 'ୟୁଗୋଁ କି ଲଢାଇ'

Published By : Prameya-News7 Bureau | November 12, 2024 IST

ନୂଆଦିଲ୍ଲୀ ୧୨/୧୧: ବିଦେଶରେ କୋହଲି ଝଡ । ତା ପୁଣି ଖବର କାଗଜର ପ୍ରଥମ ପୃଷ୍ଠାରେ । ସର୍ବଦା ଖେଳକୁ ନେଇ ଚର୍ଚ୍ଚାରେ ରହୁଥିବା ଖେଳାଳି ଏହି ଖବରର ଶିରୋନାମାରେ । ଖବରକାଗଜର ପ୍ରଥମ ପୃଷ୍ଠାର ପ୍ରଥମ ହେଡଲାଇନ୍‌ରେ । ଆଉ ହେଡାଲାଇନ୍ ବି ଲେଖାହୋଇଛି ହିନ୍ଦୀ ଓ ପଞ୍ଜାବୀ ଭାଷାରେ । କେବଳ କୋହଲି ନୁହଁନ୍ତି ତାଙ୍କ ସହ ଅନେକ ଖେଳାଳିଙ୍କୁ ମିଳିଛି ଚାନ୍ସ । ଯାହା ଏବେ ସୋସଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । 

ସୂଚନା ଥାଉକି, ଆଉ ୧୦ ଦିନ ପରେ ଖେଳାଯିବ ବର୍ଡର ଗାଭାସ୍କର ଟ୍ରଫି । ଭାରତୀୟ କ୍ରିକେଟର ପର୍ଥର ପହଞ୍ଚିବା ପରେ ଅଷ୍ଟ୍ରେଲିଆ ଖବରକାଗଜ ତାଙ୍କୁ ଓ୍ୱେଲକମ୍ କରିଛି ଟିକେ ହଟ୍‌କେ ଅନ୍ଦାଜରେ । ବିରାଟ ଓ ତାଙ୍କ ଗ୍ରୁପ୍‌ ଫଟୋକୁ ‘ଫ୍ରଣ୍ଟ୍‌ ପେଜ୍‌’ରେ ସ୍ଥାନ ଦେଇଛି । ଯାହା ଜଣାପଡିଛି କି ଭାରତୀୟ କ୍ରିକେଟରଙ୍କ କ୍ରେଜ୍‌ କେବଳ ଭାରତ ନୁହେଁ; ସାରା ବିଶ୍ୱରେ ବ୍ୟାପ୍ତ । ଆହୁରି ଖାସ୍ କଥା ହେଉଛି, ଦର୍ଶକଙ୍କୁ ଖୁସି କରାଇବା ପାଇଁ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇଛି ଖବରକାଗଜ ସଂସ୍ଥା । 


ମାନେ ବିରାଟଙ୍କ ଫଟୋ ଦେଇ ହିନ୍ଦୀ ଏବଂ ପଞ୍ଜାବୀରେ ହେଡଲାଇନ୍ ଛାପିଥିବା ଦେଖାଯାଇଛି । ଖାଲି ସେତିକି ନୁହେଁ, ଖବରକାଗଜରେ ଯଶସ୍ୱୀ  ଜୈସୱାଲ୍‌ ଏବଂ ଋଷଭ ପନ୍ତ୍‌ଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ପ୍ରଥମ ପୃଷ୍ଠାରେ ବିରାଟଙ୍କ ଫଟୋ ସହିତ ବୋଲ୍‌ଡ ଅକ୍ଷରରେ ଲେଖାଯାଇଥିଲା ‘ଯୁଗୋଁ କି ଲଢ଼ାଇ’। ଅଷ୍ଟ୍ରେଲିଆ ମିଡିଆ ଏଭଳି ଭାବେ କୋହଲିଙ୍କର ସ୍ବତନ୍ତ୍ର ଫଟୋ ଛାପିବା କଥା ସମସ୍ତଙ୍କୁ କରିଛି ଆଶର୍ଯ୍ୟ ଚକିତ । 

କହିବାକୁ ଗଲେ ନଭେମ୍ବର ୨୨ ରୁ ୨୬ ପର୍ଯ୍ୟନ୍ତ ଅପ୍ଟସ୍ ଷ୍ଟାଡିୟମରେ ଭାରତର ସିରିଜ୍ ଓପନର୍ ହେବାର ଦୁଇ ସପ୍ତାହ ପୂର୍ବରୁ କୋହଲି ରବିବାର ସନ୍ଧ୍ୟାରେ ପର୍ଥରେ ପହଞ୍ଚିଥିଲେ । ୱାକା ଗ୍ରାଉଣ୍ଡରେ ଟ୍ରେନିଂ ଆରମ୍ଭ ହେବା ସହିତ କୋହଲି କିପରି ଏହି ତାଜା ପାଇଁ ପ୍ରସ୍ତୁତ ହେବେ ତାହା ଦେଖିବାକୁ ଭାରତୀୟ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.