ନୂଆଦିଲ୍ଲୀ: ଭାରତୀୟ ସ୍ମାର୍ଟଫୋନ ବଜାରରେ ଭିଭୋର ବେଶ୍ ଚାହିଦା ରହିଛି। ୩୦ ହଜାର ଟଙ୍କାରୁ କମ୍ ଦାମ୍ର ସ୍ମାର୍ଟଫୋନ ସେଗମେଣ୍ଟରେ ଭିଭୋର ମାର୍କେଟ ସେୟାର ୧୬ ପ୍ରତିଶତରୁ ମଧ୍ୟ ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି କମ୍ପାନି ଗତ କିଛି ବର୍ଷ ହେବ ପ୍ରିମିୟମ ସେଗମେଣ୍ଟରେ ନିଜର ଫୋକସ ବଢ଼ାଇଛି। ଆଉ ଏହି କ୍ରମରେ କମ୍ପାନି ଏହାର ପ୍ରିମିୟମ ସ୍ମାର୍ଟ ଫୋନ୍ ରେଞ୍ଜ X200 ସିରିଜକୁ ଲଞ୍ଚ କରିଛି ଭିଭୋ। ଏହି ସିରିଜରେ Vivo X200 ଏବଂ Vivo X200 Pro ଦୁଇଟି ମଡେଲେ ରହିଥିବାବେଳେ ଏଥିରେ ଗ୍ରାହକଙ୍କୁ ZEISS ବ୍ରାଣ୍ଡ୍ର ଦମଦାର ୨୦୦ ମେଗାପିକ୍ସେଲର କ୍ୟାମେରା ମିଳିବ। ଯାହା ଗ୍ରାହକଙ୍କୁ ଫଟୋଗ୍ରାଫୀରେ ଦେବ ନୂଆ ଅନୁଭବ। ଖାଲି ସେତିକି ନୁହେଁ ଏହି ସିରିଜ ସହ କମ୍ପାନି ଗୁଗଲ ପିକ୍ସେଲ ଏବଂ ଆପଲ ଆଇଫୋନ ଭଳି ଗ୍ରାହକଙ୍କୁ ଟାର୍ଗେଟ କରିବ।
କ’ଣ ରହିଛି ବିଶେଷତ୍ବ ?
ଭିଭୋ ଏକ୍ସ ୨୦୦ ପ୍ରୋରେ ଗ୍ରାହକଙ୍କୁ ୧୨୦ Hz ରିଫ୍ରେଶ ରେଟ ସହ ୬.୭୮ ଇଞ୍ଚର ଆମୋଲେଡ ଡିସପ୍ଲେ ମିଳିବ। ସେହିଭଳି ଏକ୍ସ ୨୦୦ରେ ଗ୍ରାହକଙ୍କୁ ମିଳିବ ୬.୬୭ ଇଞ୍ଚର ଆମୋଲେଡ ଡିସପ୍ଲେ । ଉଭୟ ଫୋନରେ ଲେଟେଷ୍ଟ ମିଡିଆଟେକ ଡିମେନସିଟି ୯୪୦୦ ଚିପସେଟ ରହିଥିବାବେଳେ ଫୋନର ସବୁଠୁ ବଡ଼ ବିଶେଷତ୍ବ ହେଉଛି ଏହାର ୨୦୦ ମେଗାପିକ୍ସେଲର କ୍ୟାମେରା। କାରଣ ଉଭୟ ମଡେଲରେ Zeiss ବ୍ରାଣ୍ଡ୍ର ଟ୍ରିପଲ ରିୟର କ୍ୟାମେରା ରହିଛି। ଅବଶ୍ୟ ଏହି ୨୦୦ ମେଗାପିକ୍ସେଲ କ୍ୟାମେରା କେବଳ ଭିଭୋ ଏକ୍ସ ୨୦୦ ପ୍ରୋରେ ଭାରିଆଣ୍ଟରେ ରହିଛି।
ଭିଭୋ ଏକ୍ସ ୨୦୦ ପ୍ରୋରେ ରହିଛି ସୋନୀ ସେନ୍ସର ସହ ୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା, ୫୦ ମେଗାପିକ୍ସେଲର ଅଲ୍ଟ୍ରା ଓ୍ବାଇଡ କ୍ୟାମେରା ଏବଂ ୨୦୦ ମେଗାପିକ୍ସେଲର ଟେଲିଫଟୋ ଲେନ୍ସ । ସେହିଭଳି ଷ୍ଟାଣ୍ଡାର୍ଡ ଏକ୍ସ୨୦୦ ଭାରିଆଣ୍ଟରେ ମଧ୍ୟ ୫୦ ମେଗାପିକ୍ସେଲର Sony IMX 921 ସେନ୍ସର, ୫୦ MP JN1 ସେନ୍ସର ଏବଂ ୫୦ ମେଗାପିକ୍ସେଲର ଟେଲିଫଟୋ ଲେନ୍ସ ରହିଛି। ଉଭୟ ମଡେଲରେ ୩୨ ମେଗାପିକ୍ସେଲରର ସେଲଫି କ୍ୟାମେରା ରହିଛି।
ଭିଭୋ ଏକ୍ସ ୨୦୦ ପ୍ରୋରେ ୯୦ ଓ୍ବାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ୬ ହଜାର ଏମଏଏଚର ବ୍ୟାଟେରୀ ରହିଥିବାବେଳେ, ଏକ୍ସ ୨୦୦ରେ ମଧ୍ୟ ୯୦ ଓ୍ବାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ୫,୮୦୦ ଏମଏଏଚ ବ୍ୟାଟେରୀ ରହିଛି।
ଫୋନର ଦାମ୍ ଏବଂ ଭାରିଆଣ୍ଟ
ଏହି ଫ୍ଲାଗସିପ୍ ସିରିଜରେ କମ୍ପାନି ଦୁଇଟି ଫୋନ୍ ଲଞ୍ଚ କରିଛି। Vivo X200ର ଦାମ ୬୫,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଯାହା ଏହାର ୧୨+ ୨୫୬ ଜିବି ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ । ସେହିଭଳି ୧୬+ ୫୧୨ ଜିବି ଭାରିଆଣ୍ଟର ମୂଲ୍ୟ ୭୧, ୯୯୯ ଟଙ୍କା ରହିଛି।
ଅନ୍ୟପଟେ Vivo X200 Proକୁ ୧୬+ ୫୧୨ ଜିବି ଷ୍ଟୋରେଜ ସହ ଲଞ୍ଚ କରାଯାଇଥିବାବେଳେ ଏହାର ମୂଲ୍ୟ ରହିଛି ୯୪,୯୯୯ ଟଙ୍କା। କମ୍ପାନି ଏହାକୁ ଦୁଇଟି କଲର ଟାଇଟାନିୟମ ଗ୍ରେ ଏବଂ କସମୋସ ବ୍ଲାକ୍ କଲରରେ ଲଞ୍ଚ କରିଛି। ଫୋନର ବିକ୍ରି ଡିସେମ୍ବର ୧୯ରୁ ଆରମ୍ଭ ହେବ।