ତାତିରୁ ଆଶ୍ଵସ୍ତି ଆଣିଲା କାଳବୈଶାଖୀ, ୧୪ ଜିଲ୍ଲାକୁ ଘଡଘଡି ସହ ବର୍ଷା ସମ୍ଭାବନା

Published By : Prameya-News7 Bureau | April 11, 2025 IST

Weather_21

ଭୁବନେଶ୍ୱର,୧୧।୦୪: ଶୁକ୍ରବାରଠାରୁ କାଳବୈଶାଖୀର  ପ୍ରଭାବ ବଢ଼ିପାରେ । ବାଲେଶ୍ୱର,  ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  କଟକ, ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,  ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ  ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହିତ ବର୍ଷା  ଓ ପବନ ହେବ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି । 

ଏ  ସବୁ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ  ୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି । ଶନିବାର ଅର୍ଥାତ ୧୨  ତାରିଖରେ ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,  ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା,  ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି  ସହିତ ବର୍ଷା ହୋଇପାରେ । 

୩୦ରୁ ୪୦ କିମି ବେଗରେ ପବନ ବି ବହିବ ।  ୧୩ ରୁ ୧୬ ତାରିଖ ଯାଏ ବିଭିନ୍ନ  ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ଗୁରୁବାର କାଳବୈଶାଖୀ ପ୍ରଭାବରେ କେନ୍ଦୁଝରରେ ୧୯.୩ମିମି ଓ ଦାରିଙ୍ଗିବାଡ଼ିରେ ୧୦ମିମି  ବର୍ଷା ରେକର୍ଡ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.