ଗରମ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ କୋହଲା ପାଗ

Published By : Prameya-News7 Bureau | June 13, 2023 IST

ଭୁବନେଶ୍ୱର ୧୩/୦୬: ଅସହ୍ୟ ଗରଣ ଓ ଗୁଳୁଗୁଳିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ହୋଇଛି । ସୋମବାର ରାତିରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା । ଓଡିଶା ଉପକୂଳରେ ଆକାଶ ମେଘାଚ୍ଛନ୍ନ ରହିଥିବାବେଳେ ଅସହ୍ୟ ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି ।

ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଝିପିଝିପି ବର୍ଷା ଲାଗିରହିଛି । ଭୁବନେଶ୍ୱର ଓ ଅନ୍ୟାନ୍ୟ ଜାଗାରେ ମଧ୍ୟ ସକାଳୁ ଝିପି ଝିପି ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଏହି ସାମାନ୍ୟ ବର୍ଷା ଟିକିଏ ଲୋକଙ୍କୁ ଅIଶ୍ଵସ୍ତି ଦେଇଛି। ତେବେ ବାତ୍ୟା ବିପୋର୍ଯୟ ଉପକୂଳ ମୁହାଁ ହେଉଥିବାରୁ ଓଡ଼ିଶାର ଉପକୂଳ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିଛି ।

wp:embed {"url":"https://www.prameyanews7.com/weather-update-in-odisha-275/","type":"wp-embed","providerNameSlug":"prameya-news-7"}
https://www.prameyanews7.com/weather-update-in-odisha-275/
/wp:embed

ସେହିପରି ଆହୁରି ୫ ଦିନ କଲବଲ କରିବ ତାତି । ଏତେ ବେଳକୁ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥାଏ । ଆକାଶରେ ମେଘ ଥାଏ, ଖରା ପାଣିଚିଆ ହୋଇଯାଇଥାଏ। କିନ୍ତୁ ଏବର୍ଷ ଯେମିତି ନିଆଁ ବର୍ଷୁଛି । ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଆହୁରି ବଢ଼ିବ। ଆଗକୁ ସ୍ଥିତି ଆଣୟତ ହେବ । ୧୭ ତାରିଖ ଯାଏଁ ନିସ୍ତାର ନାହିଁ । ୧୫ରୁ ୧୬ ତାରିଖ ଭିତରେ ମୌସୁମୀ ଓଡ଼ିଶା ପହଞ୍ଚିବ ବୋଲି IMD ଆକଳନ କରିଥିଲା । କିନ୍ତୁ ୧୭ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ସାନି ଆକଳନ କରିଛି । ଗୁଣ୍ଡିଚା ଡେଇଁ ହେରା ପଞ୍ଚମୀ ପର୍ଯ୍ୟନ୍ତ ମୌସୁମୀ ଓଡ଼ିଶା ଆସିବାର ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.