ଭୁବନେଶ୍ବର ୨୩।୩: ସୋମବାର ଠାରୁ ରାଜ୍ୟରେ ପାଗରେ ହେବ ପରିବର୍ତ୍ତନ । ଉପକୂଳ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ । ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ୍ ଓ ଗୁରୁଚାପ କ୍ରମଶଃ ଦୁର୍ବଳ ହେଉଛି । ଗୁରୁଚାପ ରବିବାର ସନ୍ଧ୍ୟାରେ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଯାହା ଫଳରେ କାଳବୈଶାଖୀ ଜନିତ ବର୍ଷା କମିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଆକାଶ ମେଘୁଆ ରହିବ ହେଲେ ବିଶେଷ ବର୍ଷା ହେବନାହିଁ । ଆସନ୍ତା ୨୬ତାରିଖରୁ ତାପମାତ୍ରା ବଢିବ ବୋଲି ଆକଳନ କରିଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ।
ସେପଟେ ରାଜ୍ୟରେ ଦୁଇ ଦିନ ହେଲା କାଳବୈଶାଖୀର ତାଣ୍ଡବ ଜାରି ରହିଛି । ଗଞ୍ଜାମ, ମୟୂରଭଞ୍ଜ, ନୟାଗଡ଼, ନବରଙ୍ଗପୁର ଓ ବାରିପଦାରେ ତୁହାକୁ ତୁହା ବର୍ଷା ହୋଇିଥିଲା । ଶନିବାର ବଜ୍ରପାତରେ ଦିଗପହଣ୍ଡି ଓ ବ୍ରହ୍ମଗିରିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ବ୍ରହ୍ମପୁର ଏମ୍କେସିଜି ପରିସରରେ ବର୍ଷା ପାଣି ପଶି କୃତ୍ରିମ ବନ୍ୟା ସୃଷ୍ଟି କରିଛି । ବିଜୁଳି ଓ ଘଡ଼ଘଡ଼ିର ଗର୍ଜନ ଭୟର ବାତାବରଣ ସୃଷ୍ଟି କରିଛି । ଆଉ ଦୁଇ ଦିନ କାଳବୈଶାଖୀ ପ୍ରଭାବରେ ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
You Can Read:
CAPF ଯବାନ ଲଗାଇଲେ ଚୂନ, ରାଜଧାନୀରେ ଘର ଦେବାକୁ କହି ଠକିନେଲେ ୧୯ଲକ୍ଷ ଟଙ୍କା, ଶେଷରେ ବନ୍ଧାହେଲେ