ଶକ୍ତିଶାଳୀ ଇସ୍ରାଏଲକୁ ହରାଇବା ମୁସ୍କିଲ, ସୁରକ୍ଷା ଦେଉଛି ‘ଲୌହ କବଚ’!

Published By : Prameya-News7 Bureau | October 09, 2024 IST

ନୂଆଦିଲ୍ଲୀ ୦୯/୧୦: ଜଳୁଛି ମଧ୍ୟପ୍ରାଚ୍ୟ  ସବୁଠି ଯୁଦ୍ଧର ଭୟାବହତା । ଆକାଶରୁ ମିସାଇଲ୍‌ ସହ ଗୁଳି ଗୋଳା ବର୍ଷା ଅକାଳରେ ଝଡିପଡୁଛି ନୀରିହ ଜୀବନ  ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି  ଆଗକୁ ପରିଣାମ ଭୋଗିବ ବିଶ୍ୱ  କାରଣ ତୃତୀୟ ବିଶ୍ୱଯୁଦ୍ଧ ହେବା ନେଇ ଚର୍ଚ୍ଚା  ଆନ୍ତର୍ଜାତୀୟ ଗଣମାଧ୍ୟମର ପ୍ରବଳ ଚର୍ଚ୍ଚା  ଭୟଙ୍କର ଯୁଦ୍ଧ ଭିତରେ ଏଣ୍ଟ୍ରି ମାରିଛି ନୂଆ ଯୁଦ୍ଧାସ୍ତ୍ର  ସାମ୍ନାକୁ ଆସିଛି ତାର ନାଁ। ଯାହା ସମ୍ପର୍କରେ ଜାଣିବାକୁ ସମସ୍ତଙ୍କ ମନରେ ଆଗ୍ରହ  ଆଉ ଏହି ଯୁଦ୍ଧାସ୍ତ୍ରର ନାଁ ଆଇରନ୍ ଡୋମ୍ । ତେବେ କମ ଏହି ଆଇରନ୍ ଡୋମକଣ ଏହାର କାର୍ଯ୍ୟ?

ଆଇରନ୍ ଅର୍ଥାତ୍ ଲୁହା  ଡୋମ୍ଅଥାତ୍ ଅର୍ଦ୍ଧବୃତ୍ତାକାର ଏକ ଆବରଣ । ଏହି ଯନ୍ତ୍ର ମଧ୍ୟରୁ ଉତକ୍ଷେପଣ ହୋଇଥାଏ ଶକ୍ତିଶାଳୀ ମିସାଇଲ  ଇସ୍ରାଇଲ କମ୍ପାନୀ ରାଫେଲ ଡିଫେନ୍ସ ଏହାର ନିର୍ମାତା । ୩ ଭାଗରେ ବିଭକ୍ତ ହୋଇଥାଏ ଏହି ଯୁଦ୍ଧାସ୍ତ୍ର ପ୍ରଥମ ରାଡାର୍ ସିଷ୍ଟମ୍ପ୍ରତିପକ୍ଷରୁ ଆସୁଥିବା ରକେଟ୍ ଉପରେ ରଖିଥାଏ ତୀକ୍ଷ୍ନ ନଜର  ଦ୍ବିତୀୟରେ ଏହାର କଣ୍ଟ୍ରୋଲ ସିଷ୍ଟମଯାହା ମିଶାଇଲର ସ୍ପିଡ ଓ ସମ୍ଭାବ୍ୟ ସ୍ଥାନକୁ କରିଥାଏ ଆକଳନ  କେବଳ ସାଇରନ୍ ବଜାଇ ସ୍ଥାନୀୟ ଅଧିବାସୀଙ୍କ ସୁରକ୍ଷିତ ସ୍ଥାନକୁ ଆସିବାକୁ ଚେତାଇ ଦିଏ । ସେହିଭଳି ଡୋମର କଣ୍ଟ୍ରୋଲ ସିଷ୍ଟମ ୩ୟ ଶକ୍ତିକେନ୍ଦ୍ର ଲଞ୍ଚରକୁ ସୂଚାଇ ଦେଇଥାଏ। ଏହା ଉତକ୍ଷେପଣର ଅନ୍ତିମ ସୋପାନ ।


ଆଇରନ୍ ଡୋମ୍ ହେଉଛି ରକେଟ୍ ପ୍ରତିରକ୍ଷା ପ୍ରଣାଳୀ  ଯାହା ରାଡାରରେ ଇସ୍ରାଏଲ୍ ଆଡକୁ ଆସୁଥିବା ଯେକୌଣସି ରକେଟ୍ ଚିହ୍ନଟ କରେ  ଅତି ଶୀଘ୍ର ଏହାକୁ ନଷ୍ଟ ବି କରେ  କୁହାଯାଏ ଯେ ଆଇରନ୍ ଡୋମ୍ରେ ରହିଛି ୩ କିମ୍ବା ଚାରିଟି ଲଞ୍ଚର୍୨୦ଟି କ୍ଷେପଣାସ୍ତ୍ର ଏବଂ ରାଡାର୍  ରାଡାରର କାମ ହେଉଛି ରକେଟ୍ ଚିହ୍ନଟ କରିବା  ଏହା ପରେ ସିଷ୍ଟମ୍ ସ୍ଥିର କରେ ଯେ ରକେଟ୍ କୌଣସି ଜନବହୁଳ ଅଞ୍ଚଳକୁ ଯାଉଛି କି ନାହିଁ  ଯଦି ଏହି ଆକ୍ରମଣ ଜନବହୁଳ ଅଞ୍ଚଳ ଆଡକୁ ଆସେ ତେବେ ଇସ୍ରାଏଲ୍ କ୍ଷେପଣାସ୍ତ୍ର ନିକ୍ଷେପ କରେ  ଆଉ ସିଷ୍ଟମ୍ ମଧ୍ୟ ସ୍ଥିର କରେ ଯେ ଯଦି ଏକ ଶତ୍ରୁ ରକେଟ୍ ଖୋଲା ସ୍ଥାନକୁ ଯାଉଛିତେବେ ଏହା ଏହାକୁ ମୁକ୍ତ କରେ   

ଆଇରନ୍ ଡୋମର ସଫଳତା ୯୦ ପ୍ରତିଶତ ବୋଲି ଦାବି କରିଛି ଇସ୍ରାଏଲ୍ ସେନା  ସାମରିକ ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଜୋନାଥନ କନ୍ରିକସ୍ ଦାବି କରିଛନ୍ତି ଯେ ଯଦି ଆଇରନ୍ ଡୋମ୍ ବ୍ୟବସ୍ଥା ହୋଇନଥାନ୍ତାତେବେ ଇସ୍ରାଏଲର ମୃତ୍ୟୁ ସଂଖ୍ୟା ଅଧିକ ହୋଇଥାନ୍ତା। ଆହୁରି ବି ଦାବି କରାଯାଇଛି ଯେ ଯଦି ଅଧିକ ରକେଟ୍ ନିକ୍ଷେପ କରାଯାଏ ତେବେ କିଛି ରକେଟ୍ ଆଇରନ୍ ଡୋମ୍କୁ ମଧ୍ୟ ପ୍ରତିହତ କରିପାରେ  ପ୍ରତି ଆଇରନ୍ ଡୋମ୍ କ୍ଷେପଣାସ୍ତ୍ରର ଆନୁମାନିକ ମୂଲ୍ୟ ୪୦,୦୦୦ ରୁ ୫୦,୦୦୦ ଡଲାର ଅଟେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.