ନୂଆଦିଲ୍ଲୀ ୨୬।୦୧: ଆଲୋଭେରା ବା ଘିକୁଆରୀ । ଏହାର ବ୍ୟବହାର ଅନେକ ଜିନିଷରେ ହୋଇଥାଏ । ଏହା ସ୍କିନ୍ ପ୍ରୋବଲେମ୍ ଠାରୁ ଆରମ୍ଭ କରି କେଶ ସମସ୍ୟା ଯାଏଁ ଏହା ମୁକ୍ତି ଦେଇଥାଏ । ସ୍କିନ୍କୁ ସୁସ୍ଥ ଏବଂ ନ୍ୟାଚୁରାଲ୍ ଗ୍ଲୋଇଙ୍ଗ କରିବା ପାଇଁ ଭିଟାମିନ୍ ଇ ସବୁଠାରୁ ଜରୁରୀ ନ୍ୟୁଟ୍ରିଏଣ୍ଟସ୍ ମଧ୍ୟରୁ ଗୋଟିଏ । ଭିଟାମିନ୍ ଇ ଯୁକ୍ତ ଖାଦ୍ୟ ଖାଇବା ସହିତ ଏହାର କ୍ୟାପସୁଲ୍ ମଧ୍ୟ ସ୍କିନ୍ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଆଲୋଭେରା ଏବଂ ଭିଟାମିନ୍ ଇ କ୍ୟାପସୁଲର କମ୍ବିନେସନ୍ ବେଶ୍ ସ୍ବତନ୍ତ୍ର ହୋଇଥାଏ । ଆସନ୍ତୁ ଜାଣିବା...
ଆଲୋଭେରା ଏବଂ ଭିଟାମିନ ଇ କ୍ୟାପସୁଲକୁ ଏକ ମାସ ଯାଏଁ ମୁହଁରେ ଲଗାଇବା ଦ୍ବାରା କଣ ଲାଭ ମିଳିଥାଏ । ଏହାକୁ ପ୍ରତିଦିନ ମୁହଁରେ ଲଗାଇବା ଦ୍ବାରା ଦାଗ କମିବାକୁ ଲାଗିବା ସହିତ ସ୍କିନ୍ କ୍ଲିୟର ନଜର ଆସିଥାଏ । ଭିଟାମିନ୍ ଇ ଏବଂ ଆଲୋଭେରା ଜେଲ୍ ସ୍କିନ୍କୁ ନୂଆ ଜୀବନ ଦେବାରେ କାମ କରିଥାଏ ।
ଏଥିରେ ସ୍କିନ୍ ସୁସ୍ଥ ହୋଇଥାଏ ଏବଂ ଚମକ ନଜର ଆସିଥାଏ । ଆଲୋଭେରା ଜେଲ୍ ସ୍କିନ୍କୁ ମଇଶ୍ଚରାଇଜ୍ କରେ । ଆଉ ଭିଟାମିନ୍ ଇ ସ୍କିନ୍କୁ ଟାଇଟ୍ ରଖିବାର କାମ କରିଥାଏ । ଯେଉଁଥିରେ ମୁହଁର ସୂକ୍ଷ୍ମ ରେଖାକୁ କମ କରିଥାଏ । ଯେଉଁମାନଙ୍କର ଡ୍ରାଏ ସ୍କିନ୍ ସମସ୍ୟା ରହିଛି, ସେମାନଙ୍କ ପାଇଁ ଭିଟାମିନ୍ ଇ ଏବଂ ଆଲୋଭେରାକୁ ଏକାଠି ଲଗାଇବା ବହୁତ ଭଲ ଫଳାଫଳ ମିଳିଥାଏ । ଏହା ସ୍କିନ୍କୁ କୋମଳ କରିଥାଏ ।
ମୁହଁକୁ ସଫା କରିବା ପରେ ଭିଟାମିନ୍ ଇକ୍ୟାପସୁଲରେ ଗୋଟିଏ ଚାମଚ ଆଲୋଭେରା ଜେଲ୍ ମିଶାଇ ମୁହଁରୁ ବେକ ପର୍ଯ୍ୟନ୍ତ ଲଗାନ୍ତୁ । ପ୍ରାୟ ୧୫ ରୁ ୨୦ ମିନିଟ୍ ପରେ ସାଦା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁହଁରେ ଦେଖିବାକୁ ମିଳେ ଅନେକ ପରିବର୍ତ୍ତନ ।