ଟ୍ରମ୍ପଙ୍କ ସହ ଡିନର, ହୋସ୍ ଉଡ଼ାଇଦବ ପ୍ଲେଟ୍ ଦାମ୍? ରାଷ୍ଟ୍ରପତିଙ୍କ ‘ଡିନର ପଲିଟିକ୍ସ’କୁ ନେଇ ଚର୍ଚ୍ଚା

Published By : Prameya-News7 Bureau | January 20, 2025 IST

ନୂଆଦିଲ୍ଲୀ: ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ନେବେ ଶପଥ।  35 ଶବ୍ଦରେ ନେବେ ଶପଥ। ଏଥିପାଇଁ ଶପଥ ଗ୍ରହଣ ସମାରୋହ ଆୟୋଜନ ହୋଇଥିବା ବେଳେ ବିଭିନ୍ନ ଦେଶରୁ ନିମନ୍ତ୍ରିତ ଅତିଥି ପହଞ୍ଚିଛନ୍ତି । ସୋମବାର 20 ଜାନୁଆରୀକୁ ଟ୍ରମ୍ପ୍ ଦ୍ୱିତୀୟ ଥର ରାଷ୍ଟ୍ରପତି ଭାବେ ଶପଥ ନେବେ। ଏହି ଅବସରରେ ଏକ ଦାମୀ ରାତ୍ର ଭୋଜନ ବା ଡିନରର କରାଯାଇଛି ଆୟୋଜନ । ତେବେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଏହ ଡିନରକୁ ‘ଫଣ୍ଡରେଜିଂ ଡିନର’ ଭାବରେ କରାଯାଇଛି ନାମିତ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା। ଏମିତିରେ ଟ୍ରମ୍ପଙ୍କ ସହ ଡିନର କରିବାର ଟିକେଟ୍ ଦାମ୍ କେତେ ଆସନ୍ତୁ ଜାଣିବା।   ‘ଦି ଗାର୍ଡିୟାନ୍’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଫଣ୍ଡରେଜିଂ ଡିନର ଜରିଆରେ ଟଙ୍କା ହାସଲ କରିବାକୁ ୫ଟି ଶ୍ରେଣୀରେ ଟିକେଟ୍କୁ ଭାଗ କରାଯାଇଛି । ପ୍ରଥମ ଶ୍ରେଣୀର ଟିକେଟ୍ ଲାଗି ୧ ମଲିୟନ୍ ଡଲାର ବା ପ୍ରାୟ ୯ କୋଟି ଟଙ୍କା ରାଖା ଯାଇଛି । ଅନ୍ୟ ଟିକେଟର ମୂଲ୍ୟ ଯଥାକ୍ରମେ ୫ ଲକ୍ଷ ଡଲାର, ୨.୫୦ ଲକ୍ଷ ଡଲାର, ୧ ଲକ୍ଷ ଡଲାର ଏବଂ ୫୦,୦୦୦ ଡଲାର  ସ୍ଥିର କରାଯାଇଛି ।ଇଏ ତ ଥିଲା ସାଧାରଣ ଦାତାଙ୍କ ପାଇଁ ଟିକେଟ୍ ମୂଲ୍ୟ । ଯଦି ବଡ଼ ଡୋନର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ସହ ବ୍ୟକ୍ତିଗତ ଡିନରରେ ସାମିଲ ହେବାକୁ ଇଚ୍ଛା କରନ୍ତି ତେବେ ସେମାନଙ୍କୁ ଆହୁରି ଅଧିକ ଅର୍ଥ ଦେବାକୁ ପଡ଼ିବ । ଏହି ପ୍ୟାକେଜରେ ଜେଡି ଭାନ୍ସଙ୍କ ସହିତ ରାତ୍ର ଭୋଜନ ଲାଗି ୨ଟି ଟିକେଟ୍ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାଣ୍ଡେଲ୍ ଲାଇଟ ଡିନର କରିବାକୁ ୬ଟି ଟିକେଟ୍ ମିଳିବ । ରିପୋର୍ଟ ଅନୁସାରେ, ସବୁଠାରୁ ଅଧିକ ‘୧ ମିଲିୟନ୍ ଡଲାରର ଟିକେଟ୍’ ବିକ୍ରି ହୋଇଛି । 

ଦାନ ଅର୍ଥ ଏକାଠି କରିବା ବା ଫଣ୍ଡ୍ ରେଜିଂ ଜରିଆରେ ୨ ହଜାର କୋଟି ହାସଲ କରିବାକୁ ଥିବା ବେଳେ ଏବେ ସୁଦ୍ଧା ୧୭୦୦ କୋଟି ଟଙ୍କା ମିଳିସାରିଛି । ତେବେ ୨୦୧୭ରେ ଟ୍ରମ୍ପଙ୍କ ସହ ରାତ୍ର ଭୋଜନ କାର୍ଯ୍ୟକ୍ରମ ପାଇଁ ୧୦୬ ମିଲିୟନ ଡଲାର ମିଳିଥିଲା । ଜୋ ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ ହୋଇଥିବା କାର୍ଯ୍ୟକ୍ରମରେ ୧୩୫ ମିଲିୟନ ଡଲାରର ଫଣ୍ଡ ମିଳିଥିଲା। କିନ୍ତୁ ଏଥର ଡୋନାଲ୍ଡ ଟ୍ରମ୍ପଙ୍କୁ ଦେଖିବାକୁ ଏବଂ ତାଙ୍କ ସହ ଡିନର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆମେରିକୀୟଙ୍କ ମଧ୍ୟରେ ଅଧିକ ଉତ୍ସାହ ଥିବା ଦେଖିବାକୁ ମିଳିଛି। ବିଭିନ୍ନ ଟେକ୍ନୋଲୋଜି ପମୂଖ ଓ ବିଭିନ୍ନ ଅରବପତି  ନିଜ ଦାନ ରାଶିକୁ ବଢାଇଛନ୍ତି, ଯେମିତି ସେ ଟ୍ରମ୍ପଙ୍କ ସହ ସଂପର୍କରେ ରହି ପାରିବେ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.