ଶନିବାର ଏହି ସ୍ଥାନରେ ଜଳାନ୍ତୁ ଦୀପ, ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ସହ ହେବ ଧନ ପ୍ରାପ୍ତ

Published By : Prameya-News7 Bureau | June 15, 2024 IST

ନୂଆଦିଲ୍ଲୀ ୧୫।୦୬: ହିନ୍ଦୁ ଧର୍ମରେ ଦୀପ ଜାଳିବାର ବିଶେଷ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିବାର ଦିନ ଦୀପ ଜାଳିବା ବିଶେଷ ଲାଭଦାୟକ ଅଟେ। ଶନିବାର ଦିନ ଏପରି ୪ଟି ସ୍ଥାନରେ ଦୀପ ଜାଳିଲେ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଧନ ପ୍ରାପ୍ତ ହୋଇଥାଏ ।  

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଶନି ମନ୍ଦିର ଯାଇ ସୋରିଷ ତେଲରେ ଦୀପ ଜାଳନ୍ତୁ । ଏପରିକି ଦୀପରେ କିଛି କଳା ରାଶି ମଧ୍ୟ ପକାନ୍ତୁ । ଶନିବାର ଏପରି କରିବା ଦ୍ବାରା ଶନିଦେବଙ୍କର ଆର୍ଶୀବାଦ ମିଳିଥାଏ । ଏହାବ୍ୟତୀତ ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ । 

ଶନିବାର ସନ୍ଧ୍ୟାରେ ଘରର ପ୍ରବେଶ ଦ୍ବାରରେ ଦୀପ ଜାଳିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଶନିବାର ଦିନ ଘରର ମୁଖ୍ୟ ଦ୍ୱାର ସଫା କରି ସୋରିଷ ତେଲରେ ଦୀପ ଜାଳିବା ଉଚିତ୍ । ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଆଉ ଘରୁ ଆର୍ଥିକ ସମସ୍ୟାର ଦୂର ହୋଇଯାଏ । 

ଶନିବାର ହନୁମାନ ମନ୍ଦିରରେ ଦୀପ ଜାଳନ୍ତୁ । ଏପରି କରିବା ଦ୍ୱାରା ପରିବାରରେ କୌଣସି ସଙ୍କଟ ଦେଖାଯିବ ନାହିଁ ଏବଂ ଏହା କ୍ୟାରିୟର ଓ ବ୍ୟବସାୟରେ ଅଗ୍ରଗତି ପାଇଁ ବାଟ ଖୋଲିପାରେ । ଶନିବାର ଦିନ ଅଁଳା ଗଛ ତଳେ ଦୀପ ଜାଳନ୍ତୁ । ଏପରି କରିବା ଦ୍ବାରା ଶନି ଦୋଷ ଦୂର ହୋଇଥାଏ ଏବଂ ବ୍ୟକ୍ତିଙ୍କର  ଭାଗ୍ୟ ବଦଳିବା ଆରମ୍ଭ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.