ନୂଆଦିଲ୍ଲୀ ୦୯।୦୨: ଚକୋଲେଟ୍କୁ ପ୍ରେମ ଏବଂ ଖୁସିର ପ୍ରତୀକ ବିବେଚନା କରାଯାଏ । ଏଥିପାଇଁ ଭାଲେଣ୍ଟାଇନ୍ ଡେ'ରେ ଲୋକମାନେ ପ୍ରାୟତଃ ସେମାନଙ୍କ ସାଥୀ କିମ୍ବା ପ୍ରିୟଜନଙ୍କୁ ଚକୋଲେଟ୍ ଉପହାର ଦେଇଥାନ୍ତି । ଭାଲେଣ୍ଟାଇନ୍ସ ସପ୍ତାହର ୩ୟ ଦିନକୁ ଚକୋଲେଟ୍ ଡେ ପାଳନ କରାଯାଏ । ସମ୍ପର୍କରେ ମଧୁରତା ଆଣିବା ପାଇଁ ସାଥୀଙ୍କୁ ଚକୋଲେଟ୍କୁ ଉପହାର ଭାବେ ଦିଆଯାଏ । ଏହା କେବଳ ଉପହାର ଦେବାର ଏକ ଉପାୟ ନୁହେଁ ବରଂ ସମ୍ପର୍କରେ ମଧୁରତା ଆଣିବା ଏବଂ ପ୍ରେମ ପ୍ରକାଶ କରିବାର ଏକ ଉତ୍ତମ ଉପାୟ । ଆସନ୍ତୁ ଜାଣିବା କେଉଁ ଚକୋଲେଟ୍ ଦେବା ଗିଫ୍ଟ ଦେବା ଉଚିତ୍...
ଡାର୍କ ଚକୋଲେଟ୍: ଏହା କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ତାନୁହେଁ ବରଂ ଏହି ଚକୋଲେଟ୍ ଆପଣଙ୍କ ସାଥୀଙ୍କ ମୁହଁରେ ହସ ଆଣିପାରେ । କିନ୍ତୁ ଏଥିରେ ଥିବା ଫ୍ଲାଭୋନଏଡ୍ସ, ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ । ଯାହା ହୃଦରୋଗ ସହିତ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହାବ୍ୟତୀତ ଡାର୍କ ଚକୋଲେଟ୍ ଚାପ କମାଇବା ଏବଂ ମନୋଭାବକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ।
ମିଲ୍କ ଚକୋଲେଟ୍: ଏହା ଡାର୍କ ଚକୋଲେଟ୍ ତୁଳନାରେ କମ୍ ଆଣ୍ଟିଅକ୍ସିଡାଣ୍ଟ ଥାଏ । କିନ୍ତୁ ଏହାର ସ୍ୱାଦ ଅଧିକାଂଶ ଲୋକଙ୍କୁ ଅଧିକ ଆକର୍ଷଣୀୟ କରିଥାଏ । ମିଲ୍କ ଚକୋଲେଟ୍ ଆପଣଙ୍କ ସାଥୀଙ୍କୁ ଖୁସି କରିପାରିବ ଏବଂ ଆପଣଙ୍କ ମଧ୍ୟରେ ମିଠାପଣା ବୃଦ୍ଧି କରିବ ।
ଅର୍ଗାନିକ୍ ଚକୋଲେଟ୍: କୌଣସି କୃତ୍ରିମ ରାସାୟନିକ ପଦାର୍ଥ କିମ୍ବା କୀଟନାଶକ ବିନା ଚାଷ କରାଯାଇଥିବା ଅର୍ଗାନିକ୍ ଚକୋଲେଟ୍ କେବଳ ପରିବେଶ ପାଇଁ ଭଲ ତାନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ । ଏହାକୁ ଖାଇବା ଦ୍ବାରା ଆପଣ ଏବଂ ଆପଣଙ୍କ ସାଥୀ ଗୁଣାତ୍ମକ ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।
ହାତ ତିଆରି ଚକୋଲେଟ୍: ଏହା ଏକ ବ୍ୟକ୍ତିଗତ ସ୍ପର୍ଶ ଦେଇଥାଏ । ଯାହା ଏହାକୁ ଆହୁରି ସ୍ୱତନ୍ତ୍ର କରିଥାଏ। ଏହି ଚକୋଲେଟଗୁଡ଼ିକ ବିଭିନ୍ନ ସ୍ୱାଦ ଏବଂ ଆକାରରେ ଉପଲବ୍ଧ ହୋଇଥାଏ । ଯାହାକୁ ଆପଣ ଆପଣଙ୍କ ସାଥୀଙ୍କ ପସନ୍ଦ ଅନୁସାରେ ବାଛିପାରିବେ । ଚକୋଲେଟ୍ ଡେ’ରେ ସେମାନଙ୍କୁ ଏକ ସୁନ୍ଦର ଭାବରେ ସଜାଯାଇଥିବା ହାତ ତିଆରି ଚକୋଲେଟ୍ ବକ୍ସ ଉପହାର ଦେଇପାରିବେ ।
ଗୋରମେଟ୍ ଚକୋଲେଟ୍: ଏହା ବହୁତ ଭଲ କ୍ବାଲିଟି ଏବଂ ଏହାର ରହିଥାଏ ବିଭିନ୍ନ ସ୍ୱାଦ । ଏଗୁଡ଼ିକ ବିଶେଷ ଅବସରରେ ଉପହାର ଦେବା ପାଇଁ ଉପଯୁକ୍ତ । ଏହା ଆପଣଙ୍କ ସାଥୀଙ୍କୁ ଏକ ସ୍ମରଣୀୟ ଅନୁଭୂତି ଦେଇଥାଏ।