କିଏ ଏହି ଆଲିଆ-ମାଲିଆ-ଜମାଲିଆ ? ଏବେ ସଂସଦରେ ବି ଉଲ୍ଲେଖ କଲେ ଅମିତ୍ ଶାହ

Published By : Prameya-News7 Bureau | August 09, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ବୁଧବାର କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ବିରୋଧୀଙ୍କୁ ଶାଣିତ ସ୍ୱରରେ ଜୋରଦାର ହମଲା କରିଛନ୍ତି । ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭାଷଣ ଦେବା ସମୟରେ ଶାହ କହିଥିଲେ ଯେ ବିରୋଧୀ ବାସ୍ତବ ପ୍ରସଙ୍ଗ ଉଠାଉ ନାହାନ୍ତି । ଏହି ଅବିଶ୍ୱାସ ପ୍ରସ୍ତାବ ସେମାନଙ୍କ ଚରିତ୍ରକୁ ଉଜାଗର କରୁଛି । ତେବେ ଏହି ସମୟରେ ଶାହ ପୁଣି ଥରେ ଆଲିଆ, ମାଲିଆ, ଜମାଲିଆ ଉଲ୍ଲେଖ କରିଥିଲେ । ଅମିତ୍ ଶାହ କହିଥିଲେ ଯେ କଂଗ୍ରେସ ସରକାର ସମୟରେ ଆଲିଆ ମାଲିଆ ଜମାଲିଆ ଭାରତରେ ପ୍ରବେଶ କରି ଯବାନଙ୍କ ମୁଣ୍ଡ କାଟି ନେଇଯାଉଥିଲେ ।  

ପଢନ୍ତୁ: ରାହୁଲ ଗାନ୍ଧୀଙ୍କ ଫ୍ଲାଇଂ କିସ୍ ଉପରେ ବିବାଦ, ବାଚସ୍ପତିଙ୍କ ପାଖରେ ପହଞ୍ଚିଲା ମାମଲା

ଅମିତ୍ ଶାହ କହିଛନ୍ତି, 'ୟୁପିଏ ସରକାର ୨୦୦୪ରୁ ୨୦୧୪ ଯାଏ ଥିଲା । ପ୍ରତିଦିନ ଆତଙ୍କବାଦୀ ଅନୁପ୍ରେବଶ କରୁଥିଲେ । ଆଲିଆ ମାଲିଆ ଜମାଲିଆ ପଶି ଯବାନଙ୍କ ମୁଣ୍ଡା କାଟି ନେଇଯାଉଥିଲେ । କୌଣସି ଜବାବ ଦିଆଯାଉ ନଥିଲା'। ସେ କହିଛନ୍ତି, 'ଦୁଇ ଥର ପାକିସ୍ତାନ ଦୁଃସାହସ କରିଥିଲା, ଗୋଟିଏ ଥର ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଅନ୍ୟଟିରେ ଏୟାର ଷ୍ଟ୍ରାଇକ୍ କରି ପାକିସ୍ତାନର ଘରେ ପଶି ଆତଙ୍କବାଦୀଙ୍କୁ ମାରିବାର କାମ ନରେନ୍ଦ୍ର ମୋଦୀ ସରକାର କରିଛି' ।

ଅମିତ୍ ଶାହ ଅଧିକାଂଶ ସମୟରେ ନିଜ ଭାଷଣରେ ଆଲିଆ, ମାଲିଆ, ଜମାଲିଆ କଥା ଉଲ୍ଲେଖ କରୁଛନ୍ତି । ସେ ଉତ୍ତର ପ୍ରଦେଶ ନିର୍ବାଚନ ହେଉ ଅବା ଲୋକସଭା ନିର୍ବାଚନ, ଅମିତ୍ ଶାହ ଅନେକ ସମୟରେ କହିଛନ୍ତି ଆଲିଆ, ମାଲିଆ, ଜମାଲିଆ ଭାରତରେ ପଶି ଯବାନଙ୍କ ମୁଣ୍ଡ କାଟି ନେଇଯାଉଥିଲେ । ଟମ୍, ଡିକ୍ ଏବଂ ହ୍ୟାରି ପରି ଆଲିଆ-ମାଲିଆ-ଜମାଲିଆ ଶବ୍ଦ ଗୁଜରାଟୀରେ ସାଧାରଣତଃ ବ୍ୟବହାର କରାଯାଇଥାଏ । ପାକିସ୍ତାନ ଅନୁପ୍ରବେଶକାରୀ ଏବଂ ଆତଙ୍କୀମାନଙ୍କ ପାଇଁ ଅମିତ୍ ଶାହ ଏହି ଶବ୍ଦର ପ୍ରୟୋଗ କରିଥାନ୍ତି ।

Also Read: ଅନାସ୍ଥା ମହାବିତର୍କ; ମଣିପୁର ଦୁଃଖ ବଖାଣିଲେ ରାହୁଲ ଗାନ୍ଧି, ବାଚସ୍ପତିଙ୍କୁ ଜଣାଇଲେ ଧନ୍ୟବାଦ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.