ନୂଆଦିଲ୍ଲୀ: ଖୁଚୁରା ମୁଦ୍ରାସ୍ଫୀତି ପରେ ଏବେ ହୋଲ୍ସେଲ୍ ବା ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଜାନୁଆରୀ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୨.୩୧ ପ୍ରତିଶତକୁ ଖସି ଆସିଛି ବୋଲି ଶୁକ୍ରବାର(ଫେବ୍ରୁଆରୀ ୧୪) ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ରିପୋର୍ଟ ଜାରି କରିଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦାମ୍ରେ କମିବାରୁ ହୋଲ୍ସେଲ୍ ମୁଦ୍ରାସ୍ଫୀତି କମିଛି।
ଖାଦ୍ୟ ଓ ପାନୀୟ ସହ ଶସ୍ତା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
• ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ୬.୦୨% ରୁ ହ୍ରାସ ପାଇ ୪.୬୯% ହୋଇଛି।
• ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ୮.୮୯% ରୁ ହ୍ରାସ ପାଇ ୭.୪୭% ହୋଇଛି।
• ଇନ୍ଧନ ଏବଂ ଶକ୍ତିର ପାଇକାରୀ ମୁଦ୍ରାସ୍ଫୀତି ହାର ୩.୭୯% ରୁ -୨.୭୮% କୁ ବୃଦ୍ଧି ପାଇଛି।
• ମେନୁଫେକ୍ଚରିଂ ପ୍ରଡକ୍ଟର ପାଇକାରୀ ମୁଦ୍ରାସ୍ଫୀତି ହାର ୨.୧୪% ରୁ ୨.୫୧% କୁ ବୃଦ୍ଧି ପାଇଛି।
ଶସ୍ତା ପନି ପରିବାର ହେଲେ ଡାଲି ମହଙ୍ଗା
• ଶସ୍ୟର ପାଇକାରୀ ମୁଦ୍ରାସ୍ଫୀତି ୬.୮୨% ରୁ ୭.୩୩% କୁ ବୃଦ୍ଧି ପାଇଛି।
• ଡାଲିର ପାଇକାରୀ ମୁଦ୍ରାସ୍ଫୀତି ୫.୦୨% ରୁ ୫.୦୮% କୁ ବୃଦ୍ଧି ପାଇଛି।
• ପନିପରିବା ମୁଦ୍ରାସ୍ଫୀତି ୨୮.୬୫% ରୁ ୮.୩୫% କୁ ହ୍ରାସ ପାଇଛି।
• କ୍ଷୀରର ପାଇକାରୀ ମୁଦ୍ରାସ୍ଫୀତି ୨.୨୬% ରୁ ୨.୬୯% କୁ ବୃଦ୍ଧି ପାଇଛି।
ସାଧାରଣ ଲୋକଙ୍କ ଉପରେ ହୋଲ୍ସେଲ ପ୍ରାଇସ୍ ଇଣ୍ଡେକ୍ସ (WPI)ର ପ୍ରଭାବ:
ଦୀର୍ଘ ଦିନ ଧରି ପାଇକାରୀ ମୁଦ୍ରାସ୍ଫୀତି ଉଚ୍ଚା ରହିଲେ ଏହାର ଅଧିକ କୁପ୍ରଭାବ ପ୍ରଡକ୍ଟିଭ୍ କ୍ଷେତ୍ରରେ ପଡ଼େ। ଯଦି ପାଇକାରୀ ମୂଲ୍ୟ ଦୀର୍ଘ ସମୟ ପାଇଁ ଉଚ୍ଚ ରହିଥାଏ, ତେବେ ଉତ୍ପାଦକମାନେ ଏହାର ବୋଝ ଗ୍ରାହକଙ୍କ ଉପରେ ଲଦି ଦିଅନ୍ତି। ସରକାର କେବଳ ଟିକସ ମାଧ୍ୟମରେ WPI ନିୟନ୍ତ୍ରଣ କରିପାରିବେ।
ଅଶୋଧିତ ତୈଳର ତୀବ୍ର ବୃଦ୍ଧି ପରି, ସରକାର ଇନ୍ଧନ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ତଥାପି, ସରକାର କେବଳ ଏକ ସୀମା ମଧ୍ୟରେ ଟିକସ ହ୍ରାସ କରିପାରିବେ। କାରଖାନା ସମ୍ବନ୍ଧୀୟ ସାମଗ୍ରୀ ଯେପରିକି ଧାତୁ, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ୍ ଏବଂ ରବରର WPI ରେ ଅଧିକ ଗୁରୁତ୍ୱ ରହିଛି। ଉଦାହର ସ୍ୱରୁପ ଅଶୋଧିତ ତୈଳର ତୀବ୍ର ବୃଦ୍ଧି ପରି, ସରକାର ଇନ୍ଧନ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ତଥାପି, ସରକାର କେବଳ ଏକ ସୀମା ମଧ୍ୟରେ ଟିକସ ହ୍ରାସ କରିପାରିବେ। କାରଖାନା ସମ୍ବନ୍ଧୀୟ ସାମଗ୍ରୀ ଯେପରିକି ଧାତୁ, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ୍ ଏବଂ ରବରର WPI ରେ ଅଧିକ ଗୁରୁତ୍ୱ ରହିଛି।
ପାଇକାରୀ ମୁଦ୍ରାସ୍ଫୀତିର ତିନୋଟି ଭାଗ ରହିଛି
ପ୍ରଥମ ହେଲା ପ୍ରାଇମେରି ଆର୍ଟିକଲ, ଏହାର ୱେଟେଜ୍ ୨୨.୬୨%। ଦ୍ୱିତୀୟରେ ଇନ୍ଧନ ଓ ଶକ୍ତିର ୱେଟେଜ୍ ୧୩.୧୫% ଏବଂ ସର୍ବାଧିକ ୱେଟେଜ୍ ମେନୁଫେକ୍ଚରିଂ ପ୍ରଡକ୍ଟର ୬୪.୨୩% ରହିଥାଏ। । ପୁଣି ପ୍ରାଇମେରି ଆର୍ଟିକଲର ମଧ୍ୟ ଚାରୋଟି ଅଂଶ ଅଛି। ଯଥା-
• ଖାଦ୍ୟ ସାମଗ୍ରୀ ଯେପରିକି ଶସ୍ୟ, ଗହମ, ପନିପରିବା
• ନନଫୁଡ୍ ଆର୍ଟିକଲ ତୈଳ ବିହନ ବି ଆସେ।
• ଖଣିଜ ପଦାର୍ଥ
• ଅଶୋଧିତ ପେଟ୍ରୋଲିୟମ୍
ମୁଦ୍ରାସ୍ଫୀତି କ'ଣ ?
ଭାରତରେ ଦୁଇ ପ୍ରକାରର ମୁଦ୍ରାସ୍ଫୀତି ରହିଛି। ଗୋଟିଏ ହେଉଛି ଖୁଚୁରା ଏବଂ ଅନ୍ୟଟି ହେଉଛି ପାଇକାରୀ ମୁଦ୍ରାସ୍ଫୀତି। ଖୁଚୁରା ମୁଦ୍ରାସ୍ଫୀତି ହାର ସାଧାରଣ ଗ୍ରାହକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟ ଉପରେ ଆଧାରିତ। ଏହାକୁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ମଧ୍ୟ କୁହାଯାଏ। ସେହିପରି ହୋଲସେଲ ମୂଲ୍ୟ ସୂଚକାଙ୍କ (WPI) ଅର୍ଥ ହେଉଛି ହୋଲସେଲ ବଜାରରେ ଜଣେ ବ୍ୟବସାୟୀ ଅନ୍ୟ ଜଣେ ବ୍ୟବସାୟୀଙ୍କଠାରୁ ନେଉଥିବା ମୂଲ୍ୟ।