ନୂଆଦିଲ୍ଲୀ ୨୪।୦୧: ସମସ୍ତେ ପ୍ରାୟତଃ ଦେଖିଥିବେ ଅନ୍ତିମ ସସ୍କାର ସମୟରେ ଜୁଇର ପରିକ୍ରମା କରିଥାନ୍ତି । ଲୋକେ ପଛକୁ ନ ଚାହିଁ ସିଧା ଘରକୁ ଫେରିଆସନ୍ତି । କିନ୍ତୁ କେବେ ଭାବିଛନ୍ତି କି ଲୋକମାନେ ଶବଦାହ ସ୍ଥାନ ଚାରିପାଖରେ କାହିଁକି ବୁଲନ୍ତି ଏବଂ ପଛକୁ ଫେରି ଦେଖନ୍ତିନି କାହିଁକି ?
ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ ଗୋଟିଏ ଶରୀର ନଷ୍ଟ ହେବା ପରେ, ଆତ୍ମା ଏକ ନୂଆ ଶରୀର ଧାରଣ କରେ। ଆତ୍ମା ଈଶ୍ୱରଙ୍କ ପାଦରେ ଲୀନ ନହେବା ପର୍ଯ୍ୟନ୍ତ ଜୀବନ ଏବଂ ମୃତ୍ୟୁର ଚକ୍ର ଚାଲିଥାଏ। ଯେତେବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ ସେତେବେଳେ ସେହି ଆତ୍ମାର ସେହି ଶରୀର ପ୍ରତି ମୋହ ଶୀଘ୍ର ଶେଷ ହୁଏନି । ଆଉ ସେହି ମୋହ ଶେଷ କରିବା ପାଇଁ ଶେଷକୃତ୍ୟ କରିବା ସମୟରେ କିଛି ନିୟମ ପାଳନ କରାଯାଏ ।
ଗରୁଡ଼ ପୁରାଣ ଅନୁସାରେ ଶବଦାହ ପରେ ମଧ୍ୟ ଆତ୍ମାର ମୋହ ଭାଙ୍ଗିନଥାଏ । ସେଥିପାଇଁ ସେ କୌଣସି ନା କୌଣସି ଶରୀରରେ ପ୍ରବେଶ କରିବାକୁ ଯଥାସମ୍ଭବ ଚେଷ୍ଟା କରେ । ଏଥିପାଇଁ ତାଙ୍କ ଶରୀରକୁ ପୋଡ଼ି ନଷ୍ଟ କରାଯାଏ ।
ଶେଷରେ ଜୁଇର ପରିକ୍ରମା କରିବା ପରେ ଘରକୁ ଫେରିବା ସମୟରେ ପଛକୁ ଫେରି ନ ଚାହିଁବାର ନିୟମ ରହିଥାଏ । ଯାହା ଦ୍ଵାରା ଆତ୍ମାକୁ ଏହି ବାର୍ତ୍ତା ମିଳିଥାଏ କି ତା’ର ନିଜ ଲୋକମାନେ ଏବେ ତାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏବେ ଆତ୍ମାକୁ ମଧ୍ୟ ତା’ ପଥରେ ଆଗକୁ ବଢ଼ିବା ଉଚିତ।