ପାଣି ବୋତଲର ଠିପି କାହିଁକି ଥାଏ ନୀଳ ରଙ୍ଗ ? ଜାଣନ୍ତୁ ପ୍ରତ୍ୟେକ ଠିପି ରଙ୍ଗର ଅର୍ଥ…

Published By : Prameya-News7 Bureau | November 17, 2023 IST

ମୁମ୍ଵାଇ ୧୭।୧୧: ପାଣି କିଣିବା ଏବଂ ପାଣି ପିଇବା ଆଜି ସମସ୍ତଙ୍କ ପାଇଁ ଏକ ଆବଶ୍ୟକତା ପାଲଟିଛି । ବିଶେଷକରି ଯେତେବେଳେ ଆପଣ ନିଜ ଘରୁ ବାହାରକୁ ଯାଆନ୍ତି । ସେତେ ବେଳେ ବିଶୁଦ୍ଧ ପାଣି ପିଇବାକୁ ଚାହାଁନ୍ତି ବୋତଲରେ ପାଣି କିଣିବାକୁ ପଡେ। କିନ୍ତୁ ଆପଣ ଜାଣନ୍ତି କି ପ୍ରତ୍ୟେକ ପାଣି ବୋତଲ ବିଭିନ୍ନ ପ୍ରକାରର ପାଣିରେ ପରିପୂର୍ଣ୍ଣ। ଆମେ ଆପଣଙ୍କୁ କହିବୁ କିପରି ଆପଣ ବୋତଲ କ୍ୟାପ୍ ରଙ୍ଗ ମାଧ୍ୟମରେ ବିଭିନ୍ନ ପ୍ରକାରର ଜଳ ଚିହ୍ନଟ କରିପାରିବେ।

ନୀଳ ରଙ୍ଗ ଅର୍ଥ

ଯେତେବେଳେ ଆପଣ ଟ୍ରେନ୍ କିମ୍ବା ବସ୍ ରେ ଯାତ୍ରା କରିବା ସମୟରେ ପାଣି ବୋତଲ କିଣନ୍ତି, ଅଧିକାଂଶ ପାଣି ବୋତଲ ନୀଳ ରଙ୍ଗର ହୋଇଥାଏ ।  କିନ୍ତୁ କାହିଁକି? ନୀଳ ରଙ୍ଗ ପଛରେ ଏକ କାହାଣୀ ଲୁଚି ରହିଛି । ପାଣି ବୋତଲର ଠିପି ନୀଳ ରଙ୍ଗ ସୂଚିତ କରେ ଯେ ଏହା ମିନିରଲ୍‌ ୱାଟର ଅଟେ କିମ୍ବା ଜଳ ସିଧାସଳଖ ଝରଣାରୁ ଅଣାଯାଇଛି ।

ଧଳା ଏବଂ ସବୁଜ ରଙ୍ଗ ଅର୍ଥ

ଆପଣ ଅଧିକାଂଶ ସ୍ଥାନରେ ଧଳା ରଙ୍ଗର ଠିପି ସହିତ ପାଣି ବୋତଲ ଦେଖିଥିବେ । ଏହା ନିୟମିତ ଜଳ ପାଇଁ ବ୍ୟବହୃତ ହୁଏ। ଯଦି ଆପଣ ସବୁଜ ରଙ୍ଗର ଠିପି ସହିତ ପାଣି ବୋତଲ କିଣୁଛନ୍ତି, ଏହାର ଅର୍ଥ ହେଉଛି ଏହି ପାଣିରେ କିଛି ଅତିରିକ୍ତ ସ୍ୱାଦ ମିଶା ଯାଇଛି। ହେଲେ କିଛି ବ୍ରାଣ୍ଡ ଅଛି ଯାହା ସେମାନଙ୍କର ଲୋଗୋର ରଙ୍ଗ ହେତୁ ସେମାନଙ୍କ ବୋତଲ କ୍ୟାପ୍ ରଙ୍ଗକୁ ଭିନ୍ନ ରଖେ ।

ନାଲି, ହଳଦିଆ, କଳା ଏବଂ ଗୋଲାପୀ ରଙ୍ଗ ମଧ୍ୟ ଅର୍ଥ

ନାଲି ରଙ୍ଗର ଠିପିର ଅର୍ଥ ହେଉଛି ଏହି ବୋତଲ ସ୍ପାର୍କଲିଂ ୱାଟରରେ ଭରି ରହିଛି । ଏହା ସହିତ, ଏହି ଅଙ୍ଗାରକାମ୍ଳ ଜଳ ପାଇଁ ମଧ୍ୟ ବ୍ୟବହୃତ ହୁଏ । ହଳଦିଆ ଠିପି ଥିବା ଏକ ପାଣି ବୋତଲର ଅର୍ଥ ହେଉଛି ଏଥିରେ ଭିଟାମିନ୍ ଏବଂ ଇଲେକ୍ଟ୍ରୋଲାଇଟ୍ ଥାଏ । କଳା ରଙ୍ଗର ଠିପି ଥିବା ବୋତଲରେ ଅଲ୍କାଲାଇନ ପାଣିରେ ଭର୍ତି ହୋଇତାଏ । ଏହି ରଙ୍ଗ ପ୍ରାୟତଃ ପ୍ରିମିୟମ୍ ଜଳ ଉତ୍ପାଦ ପାଇଁ ବ୍ୟବହୃତ ହୁଏ । ଗୋଲାପୀ ରଙ୍ଗର ଠିପି ହେଲା ସେଗୁଡିକ ସ୍ତନ କର୍କଟ ସଚେତନତା ଏବଂ ଦାନ କାର୍ଯ୍ୟକ୍ରମ ପାଇଁ ବ୍ୟବହୃତ ହୁଏ ।

wp:embed {"url":"https://www.prameyanews7.com/keralas-sreeju-won-45-crore-lottery/","type":"wp-embed","providerNameSlug":"prameya-news-7"}
https://www.prameyanews7.com/keralas-sreeju-won-45-crore-lottery/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.