ମହାରାଷ୍ଟ୍ର ନିର୍ବାଚନକୁ ନେଇ ରାହୁଲଙ୍କ ଅଭିଯୋଗ ଉପରେ ECଙ୍କ ପ୍ରତିକ୍ରିୟା, କହିଲେ-ଲିଖିତରେ ଦେବୁ ଜବାବ

Published By : Prameya-News7 Bureau | February 07, 2025 IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ବିରୋଧୀ ଆଣୁଥିବା ଅଭିଯୋଗ ଉପରେ ରାଜନୀତି ତୀବ୍ର ହେବାରେ ଲାଗିଛି । କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ମାମଲାରେ ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ଏବେ ଏହା ଉପରେ ନିର୍ବାଚନ ଆୟୋଗଙ୍କ ପ୍ରତିକ୍ରିୟା ଆସିଛି । ନିର୍ବାଚନ ଆୟୋଗ କହିଛନ୍ତି ଯେ ସେ ଯେକୌଣସି ପ୍ରଶ୍ନର ଜବାବ ସେ ଲିଖିତ ଆକାରରେ ଦେବେ । ନିର୍ବାଚନ ଆୟୋଗ କହିଛନ୍ତି ଯେ ରାଜନୀତିକ ଦଳ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ, ପରାମର୍ଶ ଏବଂ ବିଚାରକୁ ଗୁରୁତ୍ୱ ସହ ଗ୍ରହଣ କରେ ।

ସୋସିଆଲ୍ ମିଡିଆ ପୋଷ୍ଟ ଏକ୍ସରେ ଇସି ଲେଖିଛନ୍ତି, 'ଆୟୋଗ ରାଜନୈତିକ ଦଳଙ୍କୁ ଏକ ପ୍ରମୁଖ ଷ୍ଟେକ୍ ହୋଲ୍ଡର ଭାବେ ଦେଖେ । ଆମ ପାଇଁ ମତଦାତା ସର୍ବପ୍ରଥମ କିନ୍ତୁ ଆମେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ଦିଆଯାଇଥିବା ସମସ୍ତ ବିଚାର, ପରାମର୍ଶ ଏବଂ ପ୍ରଶ୍ନକୁ ମହତ୍ୱ ଦେଉଛି । ଆୟୋଗ ସାରା ଦେଶରେ ନିର୍ବାଚନରେ ସମାନ ରୂପେ ଆପଣାଯାଇଥିବା ତଥ୍ୟ ଆଧାରିକ ଏବଂ ପ୍ରକ୍ରିୟା ଆଧାରିକ ମାଟ୍ରିକ୍ସ ସହ ସବୁ ପ୍ରଶ୍ନର ଲିଖିତ ରୂପେ ଜବାବ ଦେବ ।'

ନର୍ବାଚନ ଆୟୋଗଙ୍କ ଜବାବ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ଆସିଛି । ଶୁକ୍ରବାର କରିଥିବା ସାମ୍ୱାଦିକ ସମ୍ମିଳନୀରେ ରାହୁଲ ମହାରାଷ୍ଟ୍ର ନିର୍ବାଚନରେ ତ୍ରୁଟି ନେଇ ଅଭିଯୋଗ କରିଥିଲେ । ଭୋଟର ଲିଷ୍ଟରେ ଅନେକ ଭୁଲ ମିଳିଥିବା ସେ କହିଥିଲେ । ଏହାସହ କହିଥିଲେ ଯେ ଆମେ ନିର୍ବାଚନ ଆୟୋଗଙ୍କୁ ଏହି ମାମଲାରେ ଜବାବ ମାଗିଥିଲୁ । କିନ୍ତୁ ତାଙ୍କ ତରଫରୁ ଏବେ ସୁଦ୍ଧ କୌଣସି ପ୍ରତିକ୍ରିୟା ମିଳିନାହିଁ । ଯାହା ସ୍ପଷ୍ଟ କରୁଛି ଯେ, ସେ ଯାହା କିଛି କରିଛନ୍ତି, ସେଥିରି କିଛି ନା କିଛି ଗଡ଼ବଡ଼ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.