ବାଲେଶ୍ୱର ୧୭।୭: ଦେହରେ ନିଆଁ ଲାଗି ମହିଳା ଗୁରୁତର । ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଏଡିଏମ ଛକ ନିକଟରେ ଘଟିଛି ଏଭଳି ଅଭାନୀୟ ଘଟଣା । ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଶରୀରର ୭୦ ପ୍ରତିଶତ ପଡିଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର କରିଛନ୍ତି ଡାକ୍ତର । ଗୁରୁତର ମହିଳା ଜଣକ ହେଉଛନ୍ତି ବିଦୁଲତା ଜେନା । ତେବେ କେମିତି ନିଆଁ ଲାଗିଲା କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସ୍ପଷ୍ଟ ହୋଇପାରୁନି । ଦେହରେ କିରୋସିନ ଯୋଗୁଁ ନିଆଁ ଲାଗିଥିବା ଜଣା ପଡିଥିବା ବେଳେ ପ୍ରକୃତରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନା ଦୁର୍ଘଟଣା ଘଟି ନିଆଁ ଲାଗିଛି ତାହା ସନ୍ଦେହ ଘେରରେ ରହିଛି ।
ତେବେ ସ୍ବାମୀଙ୍କ କହିବା ଅନୁସାରେ, ମୁଁ ଘରେ ନାତି ଓ ସାନ ଝିଅ ସହ କଥା ହେଉଥିବା ବେଳେ ସ୍ତ୍ରୀ କିରୋସିନ ବୋତଲ ନେଇ ରୋଷେଇ ଘରକୁ ଯାଇଥିଲେ । ସେତେବେଳେ ସ୍ତ୍ରୀ ଜଳୁଥିବା ଦେଖି ମୁଁ ଉଦ୍ଧାର କରିଛି । ତେବେ ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ବାମୀ ରବୀନ୍ଦ୍ର ଜେନା ମଧ୍ୟ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
You Can Read:
ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍, ଯାତାୟତ ବାଧାପ୍ରାପ୍ତ