ପୁରୀ ୯।୧୧: ଦୀପ ଜାଳୁଥିବା ବେଳେ ଶାଢ଼ିରେ ଲାଗିଲା ନିଆଁ । ଜଣେ ମହିଳା ଭକ୍ତ ଗୁରୁତର । ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନରେନ୍ଦ୍ର ପୁଷ୍କରିଣୀ ନିକଟ ଶନି ମନ୍ଦିରରେ ଏଭଳି ଘଟଣା ଘଟିଥିବା ବେଳେ ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ଜଣଙ୍କ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସୁମିତ୍ରା ସାହୁ । ତେବେ ସୁମିତ୍ରାଙ୍କ ଦେହର ବିଭିନ୍ନ ଅଂଶ ପୋଡ଼ି ଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ସୁମିତ୍ରା ଦର୍ଶନ ପାଇଁ ଶନି ମନ୍ଦିରକୁ ଆସିଥିଲେ । ତେବେ ସେଠାରେ ଦୀପ ଜାଳୁଥିବା ସମୟରେ ସୁମିତ୍ରାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସୁମିତ୍ରାଙ୍କ ଦେହରୁ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ସେଠାରେ ତାଙ୍କ ଚିକିତ୍ସା ଚାଲିଛି ।
You Can Read:
ବ୍ରିଟ୍ କଲୋନୀରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ଲକ୍ଷାଧିକ ଟଙ୍କାର କପଡା